Below header

ମୁଁ ପୋଲିସ ଅଫିସର ହେବାକୁ ଯାଉଛି, ଚେଷ୍ଟା କରିବି ମୋ ସହ ଯାହା ହୋଇଛି ତାହା ଆଉ କାହା ସହ ନହେଉ . . .

ମୁଁ ପୋଲିସ ଅଫିସର ହେବାକୁ ଯାଉଛି, ଚେଷ୍ଟା କରିବି ମୋ ସହ ଯାହା ହୋଇଛି ତାହା ଆଉ କାହା ସହ ନହେଉ । ଏହା ହେଉଛି ଜଣେ ୧୯ ବର୍ଷୀୟା ଦୁଷ୍କର୍ମ ପୀଡିତାଙ୍କ ମୁହଁରୁ ବାହାରିଥିବା କଥା । ମହିଳା ଜଣକ ଏବେ ରାଜସ୍ଥାନ ପୋଲିସରେ କନଷ୍ଟେବଳ ହେବା ପାଇଁ ପ୍ରସ୍ତୁତ ।

ଚଳିତ ବର୍ଷ ୨୬ ଏପ୍ରିଲରେ ଏହି ଦଳିତ ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା । ନିଜ ସ୍ବାମୀଙ୍କ ସହ ବିବାହ ପାଇଁ କପଡା କିଣିବାକୁ ଯାଇଥିବା ସମୟରେ ଗାଁର ପାଂଚ ଜଣ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଘଟଣା ସମୟରେ ଅନ୍ୟଜଣେ ବ୍ୟକ୍ତି ଏହାର ଭିଡିଓ କରି ସୋସିଆଲ୍ ମିଡିଆରେ ଭାଇରାଲ୍ କରିଦେଇଥିଲେ । ଘଟଣାକଚୁ ତିନି ମାସ ହୋଇଯାଇଥିଲେ ମଧ୍ୟ ଏଯାଏଁ ସଦମାରୁ ବାହାରିପାରିନାହାଁନ୍ତି ମହିଳା ଜଣକ । ତେବେ ମହିଳାଙ୍କ ଅଭିଯୋଗ ଯେ ସଠିକ୍ ସମୟରେ ପୋଲିସ୍ ମାମଲା ରୁଜୁ କରିନଥିଲା । ବାରମ୍ବାର ଅଭିଯୋଗ ପରେ ୨ ମେରେ ଏଫଆଇଆର୍ ରୁଜୁ କରିବା ପରେ ୭ ମେ’ ରେ ଭିଡିଓକୁ ସର୍କୁଲେଟ୍ କରିଥିବା ବ୍ୟକ୍ତି ଜଣକ ଗିରଫ ହୋଇଥିଲା ।

ଅନ୍ୟପଟେ ଏହି ଘଟଣା ପରେ ପୀଡିତା ଏବଂ ତାଙ୍କ ପରିବାର ଲୋକଙ୍କ ଜୀବନ ଏକ ଦୁର୍ବିସହ ହୋଇପଡିଥିଲା । ଦଳିତ ପରିବାର ହୋଇଥବାରୁ ଅନେକ ଧମକ ମିଳୁଥିଲା । ଏପରିକି ନିଜ ଗାଁ ଛାଡିବାକୁ ମଧ୍ୟ ବାଧ୍ୟ ହୋଇଥିଲେ ।  ଏବେ ଜୁଲାଇ ୧ ରେ ରାଜସ୍ଥାନ ପୋଲିସରେ ନିଯୁକ୍ତି ପାଇଁଛନ୍ତି ମହିଳା ଜଣକ । ଆଉ ପୋଲିସ୍ ହେବା ପରେ କୌଣସି ମହିଳାଙ୍କ ସହ ଯେପରି ଏମିତି ଘଟଣା ନହୁଏ ସେଥିପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ମହିଳା ଜଣକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.