Below header

ପୁରୀ ଶଙ୍କରାଚାର୍ଯ୍ୟ ମଠକୁ ଫେରିବ ୩.୭୮ ଏକର ଜମି, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି

ପୁରୀ (କେନ୍ୟୁଜ୍) : ଶଙ୍କରାଚାର୍ଯ୍ୟ ମଠକୁ ଫେରିବ ୩.୭୮ ଏକର ଜମି । ଜମି ହସ୍ତାନର ପାଇଁ ଆବଶ୍ୟକ ଦେଢ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଛାଡ କରାଯିବ । ଏନେଇ ଗତକାଲି ବସିଥିବା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ବାଲି, ଗୋଡି, ମୋରମ ଚୋରା ଚାଲାଣ ରୋକିବାକୁ ସ୍ୱତନ୍ତ୍ର ଲଘୁ ଖଣିଜ ନିର୍ଦ୍ଦେଶାଳୟ ଖୋଲାଯିବ । ଶୀତଳାପଲ୍ଲୀରେ ଟାଟା ଷ୍ଟିଲ୍ ପକ୍ଷରୁ ପ୍ରସ୍ତାବିତ ମଲଟି ଫ୍ୟାସିଲିଟି ହସ୍ପିଟାଲ ନିର୍ମାଣ ପାଇଁ ସରକାର ଜମି ଯୋଗାଇ ଦିଆଯିବ । ଏହା ସହ କଳାହାଣ୍ଡି ନର୍ଲାରେ ଇଲେକ୍ଟ୍ରିକ୍ ଲୋକୋମୋଟିଭ୍ ପାଇଁ ମଧ୍ୟ ଜମି ଯୋଗାଇ ଦିଆଯିବାକୁ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୪ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.