କଳାହାଣ୍ଡି: ଭାରସାମ୍ୟ ହରାଇ ଓଲଟିଲା ପଡିଲା ଯାତ୍ରୀ ବାହୀ ବସ୍, ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ

କଳାହାଣ୍ଡି(କେନ୍ୟୁଜ୍) : ଭାରସାମ୍ୟ ହରାଇ ଓଲଟିଲା ପଡିଲା ଯାତ୍ରୀ ବାହୀ ବସ୍ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ରାଜାମୁଣ୍ଡା ଠାରେ ଏହି ଦୁର୍ଘଟଣା ଘଟିଛି । ଫଳରେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ତେବେ ଏନେଇ ଖବରପାଇବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ଜୟପାଟଣା ଡାକ୍ତର ଖାନାରେ ଭର୍ତ୍ତି କରିଛି । ପ୍ରଧାନ ଟ୍ରାଭେଲସ ନାମକ ଏହି ଘରୋଇ ବସ ସାସ୍ତୁଗୁଡା ରୁ କେସିଙ୍ଗା ଅଭିମୁଖେ ଯାଉଥିଲା ।

Leave A Reply

Your email address will not be published.