ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା: ୭ ଯାତ୍ରୀ ଗୁରୁତର, ୨୦ ଆହତ
ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା । ୭ ଯାତ୍ରୀ ଗୁରୁତର, ୨୦ ଆହତ । ସମ୍ବଲପୁର ଜିଲ୍ଲା ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ଆମ୍ବଲାଙ୍ଗ ବୁଲାଣିରେ ଦୁର୍ଘଟଣା ଘଟିଛି । ଉଭୟ ଗୁରୁତର ଓ ଆହତଙ୍କ ପରିଚୟ ଅସ୍ପଷ୍ଟ ରହିଛି ।
କୁଚିଣ୍ଡା (କେନ୍ୟୁଜ): ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା । ୭ ଯାତ୍ରୀ ଗୁରୁତର, ୨୦ ଆହତ । ସମ୍ବଲପୁର ଜିଲ୍ଲା ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ଆମ୍ବଲାଙ୍ଗ ବୁଲାଣିରେ ଦୁର୍ଘଟଣା ଘଟିଛି । ଉଭୟ ଗୁରୁତର ଓ ଆହତଙ୍କ ପରିଚୟ ଅସ୍ପଷ୍ଟ ରହିଛି । ବସ୍ ହେଲପରଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ବାକି ୬ ଗୁରୁତଙ୍କୁ ଚିକିତ୍ସା ପାଇଁ ସମ୍ବଲପୁର ଓ କୁଚିଣ୍ଡା ହସ୍ପିଟାଲ ପଠାଯାଇଛି । ଦୁର୍ଘଟଣା ପରେ ଉଭୟ ଗାଡ଼ିର ଚାଳକ ଫେରାର ଅଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା ବେଳେ ଶ୍ରୀରାମଜୀ ବେଞ୍ଜ ନାମକ ଏକ ଯାତ୍ରୀବାହୀ ବସ୍ ବରଗଡ଼ରୁ ବାଲେଶ୍ବର ଯାଉଥିବା ବେଳେ ଏକ ଲୁହାପଥର ବୋଝେଇ ଟ୍ରକ ସହିତ ଧକ୍କା ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।