ରାଜ୍ୟରେ ବଢିଲା ବସ ଭଡ଼ା, ସାଧାରଣ ବସରେ ଭଡ଼ା କିଲୋମିଟର ପିଛା ୬୯ ପଇସାରୁ ୭୦ ପଇସା ହେଲା ବୃଦ୍ଧି

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ବୃଦ୍ଧି ପାଇଲା ବସ ଭଡ଼ା। ସାଧାରଣ ବସରେ ଭଡ଼ା କିମି ପିଛା ଏକପଇସା ବୃଦ୍ଧି ହୋଇଛି। ସାଧାରଣ ବସରେ ଭଡ଼ା କିଲୋମିଟର ପିଛା ୬୯ପଇସାରୁ ୭୦ ପଇସା ହୋଇଛି। ଏକ୍ସପ୍ରେସ ବସ ଭଡ଼ା ମଧ୍ୟ ଏକ ପଇସା ବୃଦ୍ଧି ପାଇଛି। ଏକ୍ସପ୍ରେସ ବସ ଭଡ଼ା ୭୨ ପଇସାରୁ ୭୩ ପଇସା ହୋଇଛି। ସେହିପରି ଡିଲକ୍ସ ବସ ଭଡ଼ା ୨ପଇସା ବୃଦ୍ଧି ପାଇଛି। ଡିଲକ୍ସ ବସ ଭଡ଼ା ୯୯ ପଇସାରୁ ଏକଟଙ୍କା ଏକ ପଇସା ହୋଇଛି। ସେହିପରି ଏସି ଡିଲକ୍ସ ବସଭଡ଼ାରେ ମଧ୍ୟ ଏକଟଙ୍କା ୨୧ପଇସାରୁ ଏକ ଟଙ୍କା ୨୩ପଇସାକୁ ବୃଦ୍ଧି ପାଇଛି। ଆଜି ଅପରାହ୍‌ଣରୁ ଲାଗୁହୋଇଛି ନୂଆ ଦର। ଶେଷଥର ପାଇଁ ଗତ ଜୁଲାଇ ୯ତାରିଖରେ ବସ ଭଡ଼ା ବୃଦ୍ଧି ପାଇଥିଲା। ଅଟୋମେଟିକ ମେକାନିଜିମ ଜରିଆରେ ବସଭଡ଼ା ବଢିଥିବା କହିଛନ୍ତି ଘରୋଇ ବସ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.