Below header

ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି ଜେଏନୟୁ ଅନ୍ଧାରୀ ମାଡ଼, ୨୪ ଘଣ୍ଟା ପରେ ବି ମୁଖାପିନ୍ଧା ଦୁର୍ବୃତ୍ତଙ୍କ ପାଖରେ ପହଞ୍ଚି ପାରିନି ପୋଲିସ

କେନ୍ୟୁଜ୍(ବ୍ୟୁରୋ): ଚୁନା ହୋଇ ଯାଇଛି କାଚ କବାଟ। କେଉଁଠି ବ୍ୟାଟ୍‌ ପଡିଛି ତ କେଉଁଠି ଲାଠି ଓ କେଉଁଠି ଭଙ୍ଗା ଟ୍ୟୁବ୍‌ ଲାଇଟ୍‌। ଆଉ କେଉଁଠି ବୋତଲ ଗଡୁଛି। ଏହି ଚିତ୍ର ବୟାନ କରୁଛି କେତେ ଭୟାନକ ଥିଲା ହିଂସାକାଣ୍ଡ। ଜେଏନୟୁ କ୍ୟାମ୍ପସକୁ ଅନ୍ଧାର କରି ମୁଖାପିନ୍ଧି ଆତଙ୍କ ସୃଷ୍ଟି କରିଥିଲେ ଦୁର୍ବୃତ୍ତ। ୩୦ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଲହୁ ଲୁହାଣ କରିଥିବା ଏହି ଦୁର୍ବୃତ୍ତଙ୍କୁ ଖୋଜିବା ଆରମ୍ଭ କରିଛି ଦିଲ୍ଲୀ ପୋଲିସ। କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର ହେବା ପରେ ଆରମ୍ଭ ହୋଇଛି ଛାନଭିନ୍‌। ଏଥିପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍‌। ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ଭିଡିଓ, ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ହେବ ବୋଲି କହିଛନ୍ତି ଦିଲ୍ଲୀ ଦକ୍ଷିଣ-ପଶ୍ଚିମ ଡିସିପି ଦେବେନ୍ଦ୍ର ଆର୍ଯ୍ୟ। ତଥ୍ୟ ପ୍ରମାଣ ପାଇଁ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପଚାରିବ ତଦନ୍ତକାରୀ ଟିମ୍‌।

ରିବିବାର ରାତିର ହିଂସା ପରେ ଜେଏନୟୁରେ ପ୍ରତିବାଦ ଏବଂ ଭୟର ବାତାବରଣ। ଆତଙ୍କରାଜ ବିରୋଧରେ ଛାତ୍ରଛାତ୍ରୀମାନେ ମିଳିତ ପ୍ରତିବାଦ କରୁଥିବା ବେଳେ କିଛି ଛାତ୍ରଛାତ୍ରୀ ମଧ୍ୟ କ୍ୟାମ୍ପସ୍‌ ଛାଡୁଛନ୍ତି। ତେବେ ଭୟଭିତ ନହେବାକୁ ନିବେଦନ କରିଛନ୍ତି ଜେଏନୟୁ ପ୍ରୋକ୍ଟର। ସେପଟେ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି କୁଳପତି ଏମ୍‌.ଜଗଦିଶ କୁମାର। ଛାତ୍ରଛାତ୍ରୀଙ୍କ ପାଠ ପଢା ଏବଂ ପରୀକ୍ଷା ପ୍ରକ୍ରିୟାରେ କୌଣସି ସମସ୍ୟା ଉପୁଜିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ସେପଟେ ଜେଏନୟୁ ଛାତ୍ର ସଂଗଠନ ଏବଂ ଶିକ୍ଷକ ସଂଗଠନ କୁଳପତିଙ୍କ ଇସ୍ତଫା ଦାବି କରିଥିବା ବେଳେ ସାବରମତି ହଷ୍ଟେଲର ବରିଷ୍ଠ ଓ୍ଵାର୍ଡେନ୍‌ ଇସ୍ତଫା ଦେଇଛନ୍ତି। ସାବରମତି ହଷ୍ଟେଲ ଉପରେ ଭୟାନକ ଆକ୍ରମଣ ହୋଇଥିଲା। ସେପଟେ ଜେଏନୟୁ ପ୍ରାଶାସନ ମାନବ ସଂବଳ ବିକାଶ ମନ୍ତ୍ରାଳୟରେ ରିପୋର୍ଟ ଦାଖଲ କରିଛନ୍ତି।ଦଶବ୍ୟାପୀ ବିଭିନ୍ନ କ୍ୟାମ୍ପସରେ ଦେଖିବାକୁ ମିଳିଛି ଜେଏନ୍‌ୟୁ ଛାତ୍ରଙ୍କୁ ଆକ୍ରମଣର ପ୍ରତିବାଦ। ଛାତ୍ରଛାତ୍ରୀମାନେ ବଡ ଧରଣର ବିକ୍ଷୋଭ କରିଛନ୍ତି। କିଛି କ୍ୟାମ୍ପସରେ ଉତ୍ତେଜନ ଆଶଂକାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.