Below header

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ପଟାଟୋ ଏଗ ବଲସ

ଖାଦ୍ୟକୁ ସ୍ୱାଦିଷ୍ଟ ବନାଇବା ପାଇଁ ସମସ୍ତେ ଚେଷ୍ଟା କରିଥାନ୍ତି ଏବଂ ସମସ୍ତେ ଚାଁହାନ୍ତି ଯେ ଘରେ ଅତି ସହଜ ଭାବେ କିପରି ଏକ ସ୍ପେସିଆଲ ଡ଼ିସ ବନାଯାଇପାରିବ । ଯଦି ଏଠାରେ ଆମେ ଆଳୁ କଥା କହିବା ସେ ଭେଜ ହେଉ କିମ୍ବା ନନଭେଜ ପ୍ରତ୍ୟେକ ତରକାରୀରେ ଆମେ ଏହାର ବ୍ୟବହାର କରିପାରିବା । ନନଭେଜରେ ଅଣ୍ଡା ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଅଣ୍ଡା ଓ ଆଳୁକୁ ନେଇ ଏପରି ଏକ ସ୍ପେଶାଲ ଡ଼ିସ ନେଇ ଆସିଛୁ ଯାହା ପିଲାଙ୍କଠୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ ଆସିବ । ତାହେଲେ ଆସନ୍ତୁ ଜାଣିବା କିପରି ଘରେ ଅତି ସହଜରେ ପ୍ରସ୍ତୁତ କରାଯାଇପାରିବ ପଟାଟୋ ଏଗ ବଲସ ।

Image result for Potato Egg Balls recipe

ଆବଶ୍ୟକ ସାମଗ୍ରୀ

୫ଟି ଆଳୁ, ୨ଟି ଅଣ୍ଡା, ୨ଟି କଞ୍ଚାଲଙ୍କା, ୨ ଚାମଚ ମଇଦା,କିଛି ବ୍ରେଡ କ୍ରମ୍ବସ, ତେଲ ଓ ଆବଶ୍ୟକ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ

Related image

ସର୍ବ ପ୍ରଥମେ ସବୁ ଆଳୁକୁ ଚୋପା ଛଡେଇ ଗ୍ରେଟ କରିଦିଅନ୍ତୁ । ତାପରେ ସେଥିରେ ଅଣ୍ଡା ଫଟେଇ ପକେଇ ଦିଅନ୍ତୁ । ଏବେ ସେଥିରେ ମଇଦା, ବ୍ରେଡ କ୍ରମ୍ବସ, କଞ୍ଚାଲଙ୍କା ଓ ଲୁଣ ପକାଇ ମିକ୍ସ କରିଦିଅନ୍ତୁ । ତାପରେ ଏକ ପ୍ୟାନରେ ତେଲ ଗରମ କରି ଏଥିରେ ରଖିଥିବା ମିଶ୍ରଣକୁ ଗୋଲ ଗୋଲ କରି ପକାଇ ଛାଣି ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ପଟାଟୋ ଏଗ ବଲସ । ଏହାକୁ ଆପଣ ଟମାଟୋ କ୍ୟାଚପ ଓ ପିଆଜ ସହିତ ସର୍ଭ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.