ସ୍ୱାଭାବିକ ହେଲା ବସ୍ ଚଳାଚଳ: କଟକ ବାଦାମବାଡି ଓ ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ସକାଳ ୬ଟାରୁ ଗଡିଲା ବସ୍

ଭୁବନେଶ୍ୱର(କେନ୍ଯୁଜ୍): ରାଜ୍ୟରେ ସ୍ୱାଭାବିକ ହେଲା ବସ ଚଳାଚଳ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଡିଛି ବସ୍‌। ଫଳରେ ଯାତ୍ରୀମାନେ ଆଶ୍ୱସ୍ଥି ହୋଇଛନ୍ତି। କଟକ ବାଦାମବାଡି ବସ୍‌ଷ୍ଟାଣ୍ଡ ଓ ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ସକାଳ ୬ଟାରୁ ବସ୍‌ ଚଳାଚଳ ଆରମ୍ଭ ହୋଇଛି।

ଯେତିକି ସିଟ୍‌ ସେହି ଅନୁସାରେ ଯାତ୍ରୀ ଯାତ୍ରା କରୁଛନ୍ତି। ବସ୍‌ରେ ଚଢିବା ପୂର୍ବରୁ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.