ମାର୍ଚ୍ଚ ୧୧ ସୁଦ୍ଧା କୋଭିଡ଼ ଏକ ସାଧାରଣ ରୋଗରେ ପରିଣତ ହୋଇପାରେ : ICMR ମହାମାରୀ-ତତ୍ତ୍ୱ ବିଭାଗ ମୁଖ୍ୟ

କେନ୍ଯୁଜ୍: ମାର୍ଚ୍ଚ ୧୧ ସୁଦ୍ଧା କୋଭିଡ଼ ଏକ ସାଧାରଣ ରୋଗରେ ପରିଣତ ହୋଇପାରେ। ଏହା କହିଛନ୍ତି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚର ମହାମାରୀ-ତତ୍ତ୍ୱ ବିଭାଗ ମୁଖ୍ୟ ସମୀରନ ପଣ୍ଡା। ଯଦି ଆମେ କୋଭିଡ଼ କଟକଣା ମାନିବାରେ ହେଳା ନକରୁ ଏବଂ ଯଦି କୌଣସି ନୂଆ ଭାରିଆଣ୍ଟର ଉଦ୍ଭବ ନହୁଏ, ତେବେ କୋଭିଡ଼ ମାର୍ଚ୍ଚ ୧୧ ସୁଦ୍ଧା ଏହା ସାଧାରଣ ରୋଗ ସ୍ତରକୁ ଚାଲିଆସିବ।

ଯଦି ଓମିକ୍ରନ ସମ୍ପୂର୍ଣ୍ଣ ଭାବେ ଡେଲଟାକୁ ତଡ଼ି ତା’ର ଜାଗା ନେଇଯାଏ, ତେବେ ବି ମହାମାରୀ ସାଧାରଣ ରୋଗରେ ପରିଣତ ହେବ। ଡିସେମ୍ବର ୧୧ରୁ ଓମିକ୍ରନ ୩ ମାସ ଯାଏ ରହିବ। ମାର୍ଚ୍ଚ ୧୧ରୁ ରୋଗ କବଳରୁ ମୁକ୍ତି ମିଳିବ। ଦିଲ୍ଲୀ ଓ ମୁମ୍ବାଇରେ ମହାମାରୀ ଚରମରେ ପହଞ୍ଚିସାରିଛି ଓ ସବୁଠୁ ଖରାପ ସମୟ ଯାଇସାରିଛି ବୋଲି କହିବା ପାଇଁ ଆଉ ଆମକୁ ୨ ସପ୍ତାହ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି ସମୀରନ ପଣ୍ଡା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.