Below header

ତପସ୍ୱିନୀ ସୁମିତ ପାରିବାରିକ ମାମଲାରେ ଏସଡିଜେଏମ କୋର୍ଟଙ୍କ ଶୁଣାଣି, ମୂଳ ପିଟିସନର ଶୁଣାଣିକୁ ଆସନ୍ତା ୨୭ ତାରିଖକୁ ଧାର୍ଯ୍ୟ

ବ୍ରହ୍ମପୁର(କେନ୍ଯୁଜ୍): ବ୍ରହ୍ମପୁରର ତପସ୍ୱିନୀ ସୁମିତ ପାରିବାରିକ ମାମଲାରେ ଏସଡିଜେଏମ କୋର୍ଟଙ୍କ ଶୁଣାଣି। ଦୁଇଟି ପିଟିସନର ଶୁଣାଣି କରିଛନ୍ତି କୋର୍ଟ। ମୂଳ ପିଟିସନର ଶୁଣାଣିକୁ ଆସନ୍ତା ୨୭ ତାରିଖକୁ ଧାର୍ଯ୍ୟ ହୋଇଛି। ସେହିପରି ମାସିକ ୧୭ ହଜାର ଟଙ୍କା ପ୍ରଦାନ ନେଇ ଆଉ ଏକ ଅଲଗା ପିଟିସନ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲା ଦୌରାଜଜ୍‌ଙ୍କ ଆଦେଶ ଅନୁସାରେ ୧୦ ତାରିଖ ସୁଧା ତପସ୍ୱିନୀଙ୍କୁ ଭରଣ ପୋଷଣ ବାବଦରେ ସୁମିତଙ୍କୁ ୧୭ ହଜାର ଟଙ୍କା ପୈଠ କରିବାର ଥିଲା। ତେବେ ତାହା ହୋଇନଥିବାରୁ ତପସ୍ୱିନୀଙ୍କ ପକ୍ଷରୁ ଏନେଇ ତାଙ୍କ ଓକିଲ SDJM କୋର୍ଟରେ ଏକ ପିଟିସନ ଦାଖଲ କରାଯାଇ ସୁମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.