Below header

ପଞ୍ଚାୟତ ନିର୍ବାଚନ ପରେ ହେବ ପୌରନିର୍ବାଚନ, ନିଜ ନିଜ ପ୍ରାର୍ଥୀ ଚୟନ ପାଇଁ ସଜବାଜ ଆରମ୍ଭ କଲେଣି ୩ ପ୍ରମୁଖ ଦଳ

ଉମରକୋଟ(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ ପରେ ହେବ ପୌରନିର୍ବାଚନ । ରାଜ୍ୟର ମୋଟ ୧୦୭ଟି ପୌରାପରିଷଦ ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ରହିଛି ଦୁଇଟି ପୌରପାଳିକା । ଗୋଟିଏ ନବରଙ୍ଗପୁର ଓ ଅନ୍ୟଟି ଉମରକୋଟ । ଉମରକୋଟ ପୌରପରିଷଦ ଆସନ ତହସିଲଭୂକ୍ତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବା ବେଳେ ନବରଙ୍ଗପୁର ତହସିଲଭୂକ୍ତ ଜାତି ପାଇଁ ସଂରକ୍ଷିତ ଅଛି ।

ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନିଜ ନିଜ ପ୍ରାର୍ଥୀ ଚୟନ ପାଇଁ ସଜବାଜ ଆରମ୍ଭ କରିଛନ୍ତି ୩ ପ୍ରମୁଖ ଦଳ । ନୂଆ ରଣନୀତି ଓ ପୁରୁଣା ନେତାଙ୍କୁ ନେଇ ରଖିଛନ୍ତି ବାଜିମାତର ଆଶା । ୧୯୬୧ ମସିହାରେ ପ୍ରଥମ କରି ପୌରପାଳିକା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କଂଗ୍ରେସ ଦୀର୍ଘ ୪୨ ବର୍ଷ ଧରି ଏହାକୁ ନିଜ ଅକ୍ତିଆରରେ ରଖିଥିଲା । ପରେ ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ ଯୋଗୁ ଅଧକ୍ଷ ପଦ ଚାଲିଯାଇଥିଲା ବିଜେଡି ହାତକୁ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.