ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର: ଉଚ୍ଛେଦ ଉପରେ ଆଜି ବାଜିପାରେ କ୍ୟାବିନେଟ ମୋହର

କେନ୍ୟୁଜ୍(ବ୍ୟୁରୋ):  ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର । ରାଜ୍ୟ କ୍ୟାବିନେଟ ବୈଠକରେ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ସଂକ୍ରାନ୍ତ ପ୍ରସ୍ତାବରେ ଆଜି କ୍ୟାବିନେଟ ବୈଠକରେ ମୋହର ବାଜିବା ସମ୍ଭାବନା । ରାଜ୍ୟରେ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥାକୁ ଉଚ୍ଛେଦ କରିବା ଓ ୬ ବର୍ଷର ଚୁକ୍ତି ନିଯୁକ୍ତି ଅବଧିକୁ ଚାକିରି କାର୍ଯ୍ୟକାଳରେ ମିଶାଇବା ପାଇଁ ଓଡ଼ିଶା ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘ ପକ୍ଷରୁ ଦୀର୍ଘଦିନ ହେଲା ଦାବି କରାଯାଇଆସୁଛି ।

ଗତ ୧୩ ତାରିଖରେ ସଂଘର କର୍ମକର୍ତ୍ତାମାନେ ଭିଡିଓ କନଫରେନ୍‌ସିଂରେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥାକୁ ହଟାଇବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଆଲୋଚନା ପରେ ସଂଘ ସଭାପତି ବିଜୟ ମଲ୍ଲ କହିଥିଲେ । ଆଉ କିଛି ସମୟ ପରେ କ୍ୟାବିନେଟ୍‌ ବୈଠକ ବସୁଥିବା ବେଳେ ଏଥିରେ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା ହଟାଇବା ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ରାଜ୍ୟରେ ୭୦ ହଜାରରୁ ଅଧିକ ଠିକା କର୍ମଚାରୀ ଭାବେ ପୋଲିସ, ନର୍ସିଂ, ଫାର୍ମାସୀ ଓ ଶିକ୍ଷକମାନେ କାର୍ଯ୍ୟ କରୁଛନ୍ତି । ଏହା ଉଚ୍ଛେଦ ହେଲେ ସେମାନେ ଉପକୃତ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.