ଶିବ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ; ଭାରସାମ୍ୟ ହରାଇ ଓଲଟିଗଲା କାର୍, ୬ ମୃତ ୩ ଗୁରୁତର

ନୂଆପଡ଼ା (କେନ୍ୟୁଜ): ବରଗଡ଼-ନୂଆପଡ଼ା ରାସ୍ତାର ସୁନସୁନିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।ଆଜି ନୂଆପଡ଼ା ଜିଲ୍ଲା ସୀମାନ୍ତ ସୁନସୁନିଆ ନିକଟରେ ଏକ କାର ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଯାଇଥିଲା । ୬ ମୃତ ୩ ଗୁରୁତର । ଏହି କାର୍ରେ ଜଣେ ମହିଳା ଓ ଶିଶୁଙ୍କ ସମେତ ମୋଟ ୭ ଜଣ ଯାତ୍ରୀ ଥିଲେ ।
ବରଗଡ଼ ଜିଲ୍ଲାର ପାଇକମାଳର ନୃସିଂହନାଥରୁ ଶିବରାତ୍ରି ମେଳା ଦେଖି ଛତିଶଗଡ଼ର ମହାସମୁନ୍ଦ ଅଭିମୁଖେ ଫେରୁଥିଲେ । ମୃତକମାନେ ହେଲେ ଛତିଶଗଡ ବସନା ଥାନା ଅନ୍ତର୍ଗତ ରସୁଡ଼ା ଗାଁର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ଖରିଆରରୋଡ ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଘଟଣାର ତଦନ୍ତ ଜାରି ରଖିଛି ।