ଟିମ୍‌ ଇଣ୍ଡିଆ ଅଧିନାୟକ କିଣିଲେ Lamborghini Urus, ଦାମ୍‌ ୩.୧୫ କୋଟି ଟଙ୍କା

ଭାରତରେ ଦାମୀ ଓ ବିଳାସପୂର୍ଣ୍ଣ କାର ମଧ୍ୟରେ Lamborghini ନାଁ ଶୀର୍ଷରେ ରହିଛି। ଏହି କାର ଏପର୍ଯ୍ୟନ୍ତ ରଣବୀର ସିଂ, କାର୍ତ୍ତିକ ଆର୍ଯ୍ୟନ ଏବଂ ରୋହିତ ସେଟ୍ଟୀ ପୂର୍ବରୁ କିଣିସାରିଛନ୍ତି। ଏବେ  Lamborghini Urus କାର ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା କିଣିଛନ୍ତି। ଏହି କାରର ଦାମ୍‌ ଭାରତରେ ପାଖାପାଖି ୩.୧୫ କୋଟି ରହିଛି।

ରୋହିତ ଏହି କାରକୁ ମୁମ୍ବାଇରେ କିଣିଥିଲେ। ନୀଳ ରଙ୍ଗ ରୋହିତଙ୍କର ପସନ୍ଦ ବୋଲି ସେ ନୀଳ ରଙ୍ଗର କାର ମଧ୍ୟ କିଣିଛନ୍ତି। ଏହା ପୂର୍ବରୁ ରୋହିତ ନୀଳ ରଙ୍ଗରBMW M5 କିଣିଛନ୍ତି। ଭାରତୀୟ କ୍ରିକେଟ ଟିମର ଜର୍ସି ଏବଂ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମର ଜର୍ସି ବ୍ଲୁ ରଙ୍ଗର। ଖାସ୍‌ ସେଥିପାଇଁ ରୋହିତ ଶର୍ମାଙ୍କୁ ବ୍ଲୁ ରଙ୍ଗ ବେଶି ପସନ୍ଦ। ଏହି କାର ୨୦୧୮ରେ ଲଞ୍ଚ ହୋଇଥିଲା।

Lamborghini Urus ପ୍ରଥମ ଏସୟୁଭି ନୁହେଁ। ଏହା ପୂର୍ବରୁLamborghini LM002 ୧୯୮୦ ଦଶକରେ ବିକ୍ରି ହେବା ପାଇଁ ରହିଥିଲା। Lamborghini Urus ସ୍ପୋର୍ଟି ଲୁକ୍‌ରେ ନଜର ଆସିଛି। ଏଥିରେ ୪.୦ ଲିଟର ଟ୍ଵିନ ଟର୍ବୋଚାଜର୍ଡ V8 ପେଟ୍ରୋଲ ଇଞ୍ଜିନ ଦିଆଯାଇଛି।

Also Read : ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ପଦ ଛାଡିବା ପରେ ଭାବବିହ୍ଵଳ ହେଲେ ଶ୍ରେୟସ ଆୟର, ‘ଯନ୍ତ୍ରଣା ସହିବା ସହଜ ନୁହେଁ’