୩୨କେଜି ଗଞ୍ଜେଇ ସହ କାର୍ ଜବତ, ୪ ଗିରଫ

ରେଢ଼ାଖୋଲ ଅବକାରୀ ବିଭାଗ କୌଣସି ସୁତ୍ରରୁ ଖବର ପାଇ ବିଶିପାଲି ଛକ ନିକଟରେ ଜଗି ରହିଥିବା ବେଳେ ବୌଦ୍ଧ ଅଞ୍ଚଳରୁ ଆସୁଥିବା ଓଆର୦୨ବିସି୫୩୩୧ ନମ୍ବର ବିଶିଷ୍ଟ ଟାଟା ଇଣ୍ଡିଗୋ ଗାଡିକୁ ଅଟକାଇଥିଲେ।

ସମ୍ବଲପୁର(କେନ୍ୟୁଜ)- ରେଢ଼ାଖୋଲ ବୌଦ୍ଧ ରାସ୍ତାର କଦଳୀଗଡ ବିଶିପାଲି ଛକ ନିକଟରେ ରେଢ଼ାଖୋଲ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଗଞ୍ଜେଇ ସହ କାର୍ ଜବତ ହୋଇଥିବା ଜଣାପଡିଛି। ରେଢ଼ାଖୋଲ ଅବକାରୀ ବିଭାଗ କୌଣସି ସୁତ୍ରରୁ ଖବର ପାଇ ବିଶିପାଲି ଛକ ନିକଟରେ ଜଗି ରହିଥିବା ବେଳେ ବୌଦ୍ଧ ଅଞ୍ଚଳରୁ ଆସୁଥିବା ଓଆର୦୨ବିସି୫୩୩୧ ନମ୍ବର ବିଶିଷ୍ଟ ଟାଟା ଇଣ୍ଡିଗୋ ଗାଡିକୁ ଅଟକାଇଥିଲେ। ଯାଞ୍ଚ ବେଳେ ଗାଡି ଭିତରୁ ୩୨ କେଜି ଗଞ୍ଜେଇ ଜବତ ହୋଇଥିବା ସହିତ ଭିତରେ ଥିବା ୪ଜଣ ଚୋରା ଚାଲାଣ କାରୀଙ୍କୁ ଗିରଫ କରି ଅଦାଲତ ପଠାଯାଇଛି । ଗିରଫ ଅଭିଯୁକ୍ତ ମାନେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ସୁକାନ୍ତ କୁମାର ମହାରଣା, ପ୍ରଭାତ ରଞ୍ଜନ ମହାରଣା ଓ ଅନ୍ଯ ଦୁଇ ଜଣ ୱେଷ୍ଟ ବେଙ୍ଗଲ ରାଜ୍ୟର ନୋଡିଆ ଜିଲ୍ଲା ଅଞ୍ଚଳର ନରେଶ ଚନ୍ଦ୍ର ବାରିକ, ଜିୟାର ଖାନ ବୋଲି ରେଢ଼ାଖୋଲ ଅବକାରୀ ବିଭାଗ ପକ୍ଷରୁ ସୁଚନା ମିଳିଛି । ଏହି ଚଢ଼ାଉରେ ରେଢ଼ାଖୋଲ ଅବକାରୀ ବିଭାଗ ଓଆଇସି ଯାଦବ ପ୍ରଧାନ, ଏଏସଆଇ ବନମାଳୀ ନାଏକ ଓ ଅନ୍ୟାନ୍ୟ କର୍ମଚାରୀ ସାନ୍ତନୁ ବେହେରା, ଜଗନ୍ନାଥ ମୁଣ୍ଡା, ସୁଭାସିନି ମାଝି,ରାକେଶ ମହାନ୍ତି ଓ ବଳଭଦ୍ର ବେହେରା ପ୍ରମୁଖ ସାମିଲ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.