ଅସାବଧାନତା ନେଇଗଲା ଜୀବନ: ଡିଆରଏମ କହିଲେ ୱାଗନର ଲକକୁ କେହି ଜଣେ ଖୋଲିଦେଇଥିଲା

ରେଳ ବିଭାଗ ଡିଆରଏମ କହିଛନ୍ତି  ୱାଗନର ଗୁଡିକ ଅନେକ ଦିନ ହେବ ଷ୍ଟପ୍ ଲାଇନରେ ଛିଡା ହୋଇଥିଲା। ସେହି ନିକଟରେ ରେଳ ଶ୍ରମିକ ମାନେ ପ୍ୟାନେଲ ଲୋଡିଂ କାମ କରୁଥିଲେ। ଆଜି ବର୍ଷା ପବନ ହେବା ଫଳରେ ଶ୍ରମିକମାନେ ସେହି ୱାଗନର ତଳକୁ ଚାଲିଯାଇଥିଲେ। ଆଉ କ୍ଷୀପ୍ର ପବନ ପାଇଁ ୱାଗନରଟି ଯେତେବେଳେ ଗଡ଼ିବାକୁ ଲାଗିଲା ସେତେବେଳେ ଶ୍ରମିକମାନେ ବାହାରକୁ ବହାରିପାରିଲେ ନାହିଁ ଯାହା ଫଳରେ ଚାଲି ଯାଇଛି ୬ଟି ଜୀବନ।   

ଯାଜପୁର ରୋଡ଼(କେନ୍ୟୁଜ୍): ବାହାନଗା ଟ୍ରେନ ଦୁର୍ଘଟଣା ଘଟଣା ମନରର ନଲିଭୁଣୁ ପୁଣି ଏକ ଟ୍ରେନ ଦୁର୍ଘଟଣା ଘଟଣା ସାମ୍ନାକୁ ଆସିଛି। ଯାହା ପୁଣି ଦୁଃଖ ଦେଇଛି।  ଯାଜପୁର ରୋଡ ରେଳ ଷ୍ଟେସନ ଚୂନଭାଟି ପ୍ଲଟ ନିକଟ ରେଳ ଧାରଣାରେ କଟି ୬ ଜଣଙ୍କର ଜୀବନ ଯାଇଛି।  ଏହି ଅଘଟଣ ଯୋଗୁଁ ଅନ୍ୟ ୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ମୃତାହତଙ୍କ ପରିଚୟ ମିଳିପାରି ନାହିଁ।

ସୂଚନା ଅନୁସାରେ ଆଜି ଅପରାହ୍‌ଣ ୫ଟା ୧୫ ସମୟରେ ଯାଜପୁରରୋଡ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲା।  ଏହି ସମୟରେ ବର୍ଷାରୁ ବର୍ତ୍ତିବା ପାଇଁ ଶ୍ରମିକମାନେ ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେସନର ସାଈମନ୍ଦିର ରେଳଫାଟକ ନିକଟରେ ଅଟକିଥିବା ଏକ ମାଲଗାଡ଼ି ତଳେ ଆଶ୍ରୟ ନେଇଥିଲେ। ଷ୍ଟେସନ୍‌ରେ ଠିଆ ହୋଇଥିବା ଟ୍ରେନ୍‌ଟି ଅଳ୍ପ ସମୟ ପରେ ଆଗକୁ ବଢ଼ିଥିଲା। ଫଳରେ ଟ୍ରେନ୍‌ର ଚକା ତଳେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୫ ଜଣ ଆହତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁରରୋଡ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ୩ଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଗୁରୁତରଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ରେଳ ବିଭାଗ ଡିଆରଏମ କହିଛନ୍ତି  ୱାଗନର ଗୁଡିକ ଅନେକ ଦିନ ହେବ ଷ୍ଟପ୍ ଲାଇନରେ ଛିଡା ହୋଇଥିଲା। ସେହି ନିକଟରେ ରେଳ ଶ୍ରମିକ ମାନେ ପ୍ୟାନେଲ ଲୋଡିଂ କାମ କରୁଥିଲେ। ଆଜି ବର୍ଷା ପବନ ହେବା ଫଳରେ ଶ୍ରମିକମାନେ ସେହି ୱାଗନର ତଳକୁ ଚାଲିଯାଇଥିଲେ। ଆଉ କ୍ଷୀପ୍ର ପବନ ପାଇଁ ୱାଗନରଟି ଯେତେବେଳେ ଗଡ଼ିବାକୁ ଲାଗିଲା ସେତେବେଳେ ଶ୍ରମିକମାନେ ବାହାରକୁ ବହାରିପାରିଲେ ନାହିଁ ଯାହା ଫଳରେ ଚାଲି ଯାଇଛି ୬ଟି ଜୀବନ।

 ସେ ଆହୁରି ମଧ୍ୟ କହିଛନ୍ତି ଲୋକଲ ଲୋକ ସେହି ୱାଗନର ତଳେ ଗଳି ମଳତ୍ୟାଗ କରିବାକୁ ଯାଆସ କରନ୍ତି। କେହି ଜଣେ ହେଲେ ଲାଷ୍ଟ ୱାଗନରର ଲକକୁ ଖୋଲିଛି। ଯାହା ଫଳରେ ଅନ୍ୟ ୱାଗନର ସ୍ଥିର ରହିଥିବା ବେଳେ ଲାଷ୍ଟ ୱାଗନରଟି ଦ୍ରୁତ ବେଗରେ ପବନ ହେବା ଦ୍ବାରା ଗଡ଼ିବାକୁ ଲାଗିଲା। ଯେହେତୁ ଶ୍ରମିକ ମାନେ ସେହି ୱାଗନର ତଳେ ରହିଯାଇଥିଲେ, ତେଣୁ ସେମାନେ ଦୁର୍ଘଟଣାର ପ୍ରାଣ ହରାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.