ଉଦଳାରେ ଘରେ ପଶି ୮ଲକ୍ଷରୁ ଊର୍ଦ୍ଧ୍ୱଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
ଉଦଳା(କେନ୍ୟୁଜ୍): ୮ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଉଦଳା ଥାନା ଖମଣସାହି ଗାଁର ପ୍ରଫୁଲ୍ଲ ଚନ୍ଦ୍ର ବାଗଙ୍କ ଘରୁ ଲୁଟ୍ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଲୁଟେରାମାନେ ଛେଲି ଗୁହାଳ ଭିତର ଦେଇ ଘର ଭିତରେ ପଶିଥିଲେ। ପରିବାରର ସମସ୍ତ ସଦସ୍ୟ ଶୋଇଥିବାବେଳେ ଦୁର୍ବୃତ୍ତମାନେ ବାହାରୁ କବାଟ ଦେଇଦେଇଥିଲେ। ଏହାପରେ ଆଲମିରା ଭାଙ୍ଗି ସୁନା ଅଳଙ୍କାର ଓ ନଗଦ ୫୦ହଜାର ଟଙ୍କା ଲୁଟି ନେଇଥିଲେ। ଏନେଇ ଉଦଳା ପୋଲିସକୁ ଖବର ଦିଆଯିବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।