ଦୁନିଆର ସବୁଠାରୁ ହାଇଟେକ୍ ସିକ୍ୟୁରିଟି ଥିବା ନୋଟ୍! ଏଥିରେ ପ୍ରଥମ ଥର ବ୍ୟବହାର ହୋଇଛି ଏହି ଫିଚର
ସାରା ବିଶ୍ୱରେ ସବୁ ଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ରହିଥାଏ । କେଉଁ ଦେଶ କେତେ ମଜବୁତ୍ ତାହାର ପରିଚୟ ବିଶେଷ କରି ସେମାନଙ୍କ ଅର୍ଥନୀତିରୁ ହିଁ ଜଣାପଡିଥାଏ । ବିଭିନ୍ନ ଦେଶର ନୋଟ୍ ର ନିଜର ଏକ ସ୍ୱତନ୍ତ୍ର ଡିଜାଇନ୍ ଏବଂ ସିକ୍ୟୁରିଟି ଫିଚର ରହିଥାଏ । ଜାଣନ୍ତୁ ଦୁନିଆର ସବୁଠାରୁ ହାଇଟେକ୍ କୁହାଯାଉଥିବା ୟୁରୋପରେ ଚଳୁଥିବା ୟୁରୋ ନୋଟ୍ ବିଷୟରେ । କାହିଁକି ଏହା ସବୁଠାରୁ ଖାସ୍ ଅଟେ?
ନୂଆ ସିରିଜ୍ ର ୟୁରୋ ନୋଟ୍ ପ୍ରାରମ୍ଭ ୨୦୧୩ ମସିହାରେ ହୋଇଥିଲା । ଏହି ନୋଟ୍ ର ଡିଜାଇନ୍ କ୍ଳାସିକ୍, ରୋମ ରୁ ପ୍ରଭାବିତ,ଗୋଥିକ୍,ରେନେସାଂରୁ ପ୍ରଭାବିତ। ଏହା ଅଲଗା ଅଲଗା ଆକର ଏବଂ ରଙ୍ଗର ହୋଇଥାଏ । ଏମିତି ଦାବି କରାଯାଇଥାଏ କି, ୯୦ ଡିଗ୍ରୀରେ ଏହି ନୋଟକୁ ଗରମ ପାଣିରେ ଓ୍ଵାସିଂଙ୍ଗ ମେସିନରେ ଧୋଇବା ପରେ ମଧ୍ୟ ଏହାର କିଛି କ୍ଷତି ହୋଇନଥାଏ ।
ଏହାସହ ପଢନ୍ତୁ:
ଆପଣ ମଧ୍ୟ ବିକ୍ରି କରିପାରିବେ ସରକାରଙ୍କୁ ନିଜ ଜିନିଷପତ୍ର, ଏଇଠି କରନ୍ତୁ ରେଜିଷ୍ଟ୍ରେସନ କରିବେ ମୋଟା ଅଙ୍କର ରୋଜଗାର
ଏହାବ୍ୟତିତ କୌଣସି କ୍ଷତିକାରକ ରସାୟନିକ ପଦାର୍ଥର ମଧ୍ୟ ଏହାଉପରେ କୌଣସି ପ୍ରଭାବ ପଡିନଥାଏ ।
ଏହାର ୟୁନିକ୍ ଡିଜାଇନ୍ ଏବଂ ସିକ୍ୟୁରିଟି ଫିଚର ବହୁତ ଖାସ୍ ତେଣୁ ଏହାର ନକଲ କରିବା ଅସମ୍ଭବ ।
ସିକ୍ୟୁରିଟି ପାଇଁ ଏଥିରେ ୮ଟି ଫିଚର ସାମିଲ ରହିଛି । ଏଥିରେ ଓ୍ଵାଟରମାର୍କ ଠାରୁ ଆରମ୍ଭ କରି ପ୍ରିଟିଙ୍ଗ୍ କାଗଜ ଏବଂ ଅନେକ ଜିିନିଷ ସାମିଲ ରହିଛି ।