ସପ୍ତମ କିଟ୍‌ ଇଣ୍ଟର ନ୍ୟାସନାଲ ମୁଟ୍‌ କୋର୍ଟ କମ୍ପିଟିସନ୍‌-୨୦୧୯

ଭୁବନେଶ୍ବର(କେନ୍ୟୁଜ୍): କିଟ୍‌ ସ୍କୁଲ ଅଫ୍‌ ଲ’ରେ ସପ୍ତମ କିଟ୍‌ ଇଣ୍ଟର ନ୍ୟାସନାଲ ମୁଟ୍‌ କୋର୍ଟ କମ୍ପିଟିସନ୍‌-୨୦୧୯ । ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ. ଏସ ଜାଭେରୀ । ଏହି ଅବସରରେ ସେ କହିଥିଲେ ଯେ, ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବେଶ ଖୁସି । କିଟ୍‌ ସ୍କୁଲ ଅଫ ଲ’ ଏନଆଇଆରଏଫ ର‍୍ୟାଙ୍କିଂରେ ଦେଶରେ ୧୨ ତମ ସ୍ଥାନ ହାସଲ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆଇନ ଛାତ୍ରଛାତ୍ରୀଙ୍କ ପାଇଁ ମୁଟ କୋର୍ଟର ବେଶ ଗୁରୁତ୍ୱ ରହିଛି । କାର୍ଯ୍ୟକ୍ରମରେ କିଟ୍‌ ରେଜିଷ୍ଟ୍ରାର ସସ୍ମିତା ସାମନ୍ତ ଓ କିଟ୍‌ ଲ ସ୍କୁଲ ନିର୍ଦ୍ଦେଶକ ଏସ.ସି ରାଇନା ଉପସ୍ଥିତ ଥିଲେ । ଦେଶର ବିଭିନ୍ନ ରାଜ୍ୟର ୪୭ ଟି ଲ ସ୍କୁଲ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଛନ୍ତି । ଚାରିଟି ରାଉଣ୍ଡରେ ଏହି ପ୍ରତିଯୋଗିତା ହେବ । ପ୍ରଥମ ରାଉଣ୍ଡ ପ୍ରିଲିମନାରୀ, ଦ୍ୱିତୀୟ କ୍ୱାର୍ଟର ଫାଇନାଲ, ତୃତୀୟ ସେମି ଫାଇନାଲ ଓ ଶେଷରେ ଫାଇନାଲ ରାଉଣ୍ଡ । ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବ ଫାଇନାଲ ରାଉଣ୍ଡ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.