ଦୁର୍ନୀତିଖୋର ଅଫିସରଙ୍କୁ ନାହଁ ନିସ୍ତାର, ଆୟୁଷ ନିର୍ଦ୍ଦେଶକଙ୍କ ପରେ ଏବେ କୋରାପୁଟ ଜିଲ୍ଲା ଉପ-ନିର୍ଦ୍ଦେଶକଙ୍କୁ ବାଧ୍ୟତାମୂଳକ ଅବସର

କୋରାପୁଟ(କେନ୍ୟୁଜ୍): ଦୁର୍ନୀତଖୋର ଅଫିସରଙ୍କ ପ୍ରତି ରାଜ୍ୟ ସରକାରଙ୍କ କଡା ଆଭିମୁଖ୍ୟ। ଦୁର୍ନୀତିର ଛିଟା ଲାଗିଥିବା ଗୋଟିଏ  ପରେ ଗୋଟିଏ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ଆୟୁଷ ନିର୍ଦ୍ଦେଶକଙ୍କୁ ଅବସର ଦିଆଯାଇଥିବା ବେଳେ  ଆଜି କୃଷି ଉପ-ନିର୍ଦ୍ଦେଶକ ପଦରେ ଥିବା ପୂର୍ବତନ କୋରାପୁଟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତିଙ୍କୁ ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଛି।  ପ୍ରଦୀପ କୁମାରଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

cdao

କହିରଖୁଛୁ ଯେ ୨୦୨୦ ଜୁଲାଇ ୨ରେ ପ୍ରଦୀପ କୁମାର ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ତାଙ୍କ ନିକଟରୁ ଭିଜିଲାନ୍ସ ଅଧିକାରୀମାନେ ନଗଦ ୧୧ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲେ।  ଏହି ଜବତ ହୋଇଥିବା ଟଙ୍କା ପ୍ରଦୀପ କେଉଁଠାରୁ ଓ କାହିଁକି ଆଣିଥିଲେ ତାହାର ସଠିକ୍‌ ଉତ୍ତର ନଦେଇ ପାରିବାରୁ ଏହାକୁ କେନ୍ଦ୍ର କରି ସେହି ଦିନ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଏବଂ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା। ଏହା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ତାଙ୍କର ସ୍ଥାବର ତଥା ଅସ୍ଥାବର ସମ୍ପତ୍ତିର ମୋଟ ମୂଲ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ୩.୫କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.