Below header

ଗର୍ଭବତୀ ଲିଭ୍‌-ଇନ୍‌ ପାର୍ଟନରକୁ ତଣ୍ଟି ଚିପି ହତ୍ୟା କଲା ପ୍ରେମିକ, ତା’ପରେ ଏମିତି କଲା ପ୍ରାୟଶ୍ଚିତ

ଜୀବନ ନେଲା ପ୍ରେମ। ଆଉ କେହି ନୁହେଁ ବରଂ ପ୍ରେମିକ ହିଁ ହତ୍ୟା କଲା ନିଜ ଗର୍ଭବତୀ ପ୍ରେମିକାକୁ। କାରଣ ଥିଲା ସାମାନ୍ୟ ପାଟିତୁଣ୍ଡ। ମନୋମାଳିନ୍ୟ ସବୁ ଦମ୍ପତିଙ୍କ ମଧ୍ୟରେ ହେଉଥିବା ବେଳେ ଏଥରକ କିନ୍ତୁ ଝଗଡ଼ା ଉଗ୍ରରୂପ ଧାରଣ କରିଥିଲା। ୭ ଜନ୍ମ ପାଇଁ ସାଥୀ ହୋଇ ରହିବାକୁ କଥା ଦେଇଥିବା ପ୍ରେମିକ ହିଁ ନେଇଗଲା ପ୍ରେମିକାର ପ୍ରାଣ। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପୁନେଠାରେ। ପ୍ରେମିକାକୁ ମାରିବା ପରେ ସେ ପୋଲିସ ଆଗରେ ଆତ୍ମସମର୍ପଣ କରିଛି। ପ୍ରେମିକ ପୋଲିସ ସାମ୍ନାରେ ଯାହା ବଖାଣିଥିଲା ତାହା ଥିଲା ଏମିତି…

crime2

ରାହୁଲ ଓ ରିମା(ଛଦ୍ମନାମ) ପରସ୍ପରକୁ ଦୀର୍ଘଦିନ ହେଲା ଭଲ ପାଉଥିଲେ। ଦିନେ ରାହୁଲ ରିମାକୁ ଏକାନ୍ତରେ ଭେଟିବାକୁ ତା’ ରୁମ୍‌କୁ ଡାକିଥିଲା। ସେଠାରେ ସେମାନେ ଅନ୍ତରଙ୍ଗ ହୋଇଥିଲେ ଫଳସ୍ୱରୂପ କିଛି ଦିନ ପରେ ଜଣାପଡ଼ିଥିଲା ଯେ ରିମା ମା’ ହେବାକୁ ଯାଉଛି। ଏନେଇ ସେ ରାହୁଲକୁ ଜଣାଇବା ପରେ ରାହୁଲ ତାକୁ ତା’ ପାଖକୁ ରହିବାକୁ କହିଥିଲା। ଫଳରେ ରିମା ହଷ୍ଟେଲ ଛାଡ଼ି ରାହୁଲ ପାଖରେ ଲିଭ୍‌ ଇନ୍‌ରେ ରହିବାକୁ ଲାଗିଲା। ପାଖରେ ଟଙ୍କା ନଥିବାରୁ ସେମାନେ ଗର୍ଭପାତ କରିପାରିନଥିଲେ। ଏହି କାରଣରୁ ଉଭୟଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ହେଉଥିଲା।

ଶୁକ୍ରବାର ଦ୍ୱିପ୍ରହରରେ ମଧ୍ୟ ଉଭୟଙ୍କ ମଧ୍ୟରେ ଏହି କାରଣରୁ ଝଗଡ଼ା ହୋଇଥିଲା। ରାଗରେ ରାହୁଲ ତଣ୍ଟି ଚିପି ରିମାକୁ ହତ୍ୟା କରିଥିଲା। ପରେ ପୋଲିସ ସାମ୍ନାରେ ସବୁ ସତ କଥା ମାନିଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ରିମାର ଶବ ଜବତ କରିବା ସହ ଧାରା ୩୦୨ରେ ରାହୁଲ ବିରୋଧରେ ମାମଲା ରୁଜୁ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.