ଚାନ୍ଦବାଲି: ବାଲିଗାଁ ଗାନ୍ଧିନଗର ଗାଁକୁ ଲାଗିଥିବା ପାଖାପାଖି ୪ ଏକର ଶ୍ମଶାନ ଜମି ହଡପ ଅଭିଯୋଗ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ.ଏ.ସି ଅନ୍ତର୍ଗତ ବାଲିଗାଁ ଗାନ୍ଧିନଗର ଗାଁକୁ ଲାଗିଥିବା ପାଖାପାଖି ୪ ଏକର ଏକ ଶ୍ମଶାନ ଜମିକୁ ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି ଚଂଚକତା କରି ନିଜ ନାଁରେ କରିନେଇଥିବା ଅଭି‌ଯୋଗ କରିଛନ୍ତି ଗାନ୍ଧିନଗରବାସୀ । ତେବେ ଏ ନେଇ ଗାନ୍ଧିନଗରଠାରେ ଏକ ଜନଜାଗରଣ ସଭା କରି ଏହାକୁ ବିରୋଧ କରିବା ସହ ସରକାରୀ ଜମି ସରକାରୀ ଖାତାରେ ରହିବାକୁ ଦାବି କରାଯାଇଛି ।

ତେବେ ପୂର୍ବ ପୁରୁଷରୁ ଏଠାରେ ଶ୍ମଶାନ ରହିଆସିଛି, ହେଲେ ବର୍ତମାନ ବ୍ୟକ୍ତି ଜଣକ ଏହା ତାଙ୍କ ନିଜର ଜାଗା ବୋଲି ଦାବି କରି ନିଜ ଅକ୍ତିଆରକୁ ନେବାକୁ ଉଦ୍ୟମ କରୁଥୁବା ନେଇ ତହସିଲଦାରଙ୍କ ପାଖରେ ମଧ୍ୟ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ତେବେ ଏହି ଜମିକୁ ୧୮୪୬ମସିହାରେ ତାଙ୍କ  ସାଆନ୍ତ କିଣିଥିବା କଥା କହିଛନ୍ତି ବ୍ୟକ୍ତି ଜଣକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.