ତିତ୍‌ଲି କ୍ଷୟକ୍ଷତି ଆକଳନ, ଗଜପତି ଓ ଗଂଜାମ ଗସ୍ତ କରିବ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ବର(କେନ୍ଯୁଜ୍):  ତିତ୍‌ଲି କ୍ଷୟକ୍ଷତି ଆକଳନ କରିବ ୮ ଜଣିଆ କେନ୍ଦ୍ରୀୟ ଟିମ । କେନ୍ଦ୍ର ଗୃହ ଯୁଗ୍ମ ସଚିବ ଏସ. କେ ସାହିଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍‌ ୨ ଭାଗରେ ବିଭକ୍ତ ହୋଇ କ୍ଷୟକ୍ଷତି ଆକଳନ କରିବେ । ତିତଲିରେ ସବୁଠୁ ଅଧିକ ପ୍ରଭାବିତ ଗଜପତି ଓ ଗଂଜାମ ଗସ୍ତ କରି କ୍ଷୟକ୍ଷତିର କରିବେ ଆକଳନ । ଗଜପତିରେ ଗୋଟିଏ ଟିମ୍‌ ଦିନ ୧୧ଟାରେ ପହଞ୍ଚିବା କାର୍ଯ୍ଯକ୍ରମ ରହିଛି । ସେପଟେ ୨୨୭୦ କୋଟି ଟଙ୍କାର କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ରକୁ ଦେଇଛନ୍ତି ରାଜ୍ୟ ସରକାର । କ୍ଷୟକ୍ଷତି ବାବଦରେ ଆଗୁଆ ହଜାରେ କୋଟି ଟଙ୍କାର ସହାୟତା ଦେବା ପାଇଁ ଗତ ୧୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.