Below header

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ଫୋକସରେ କୋଣାର୍କ, ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ

କେନ୍ୟଜ୍(ବ୍ୟୁରୋ): କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ଫୋକସରେ କୋଣାର୍କ । କୋଣାର୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ । କୋଣାର୍କରେ ଖସୁଥିବା ପଥର ସ୍ଥାନରେ ସାଦା ପଥର ଲଗାଯିବା ନେଇ ଅଭିଯୋଗ ଅସିଛି। ଏନେଇ ASIକୁ ତଥ୍ୟ ମଗାଯିବା ସହ ପୁଙ୍ଖାନୁପଙ୍ଖ ଆଲୋଚନା କରାଯିବ । ସବୁ ରିପୋର୍ଟକୁ ଆଗରେ ରଖି ଆଲୋଚନା କରାଯିବ। ଓଡ଼ିଶାରେ ପର୍ଯ୍ୟଟନର ପର୍ଯ୍ୟାପ୍ତ ସୁଯୋଗ ରହିଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ଆଜି ସୂର୍ଯ୍ୟ ମନ୍ଦିର ପରିଦର୍ଶନ ବେଳେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ କହିଥିଲେ, ପୁରୀ ଓ କୋଣାର୍କକୁ ଆଇକନିକ୍‌ ସାଇଟ୍‌ କରିବାକୁ ରାଜ୍ୟସରକାରଙ୍କ ପକ୍ଷରୁ ପ୍ରସ୍ତାବ ମିଳିଛି । ଖୁବ୍‌ଶୀଘ୍ର ପର୍ଯ୍ୟଟନ ନୀତି ଆସିବ ବୋଲି ସେ ସୂଚନା ଦେଇଛନ୍ତି। କୋଣାର୍କରେ ଚାଲିଥିବା ପର୍ଯ୍ୟଟନ ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ଯୋଗଦେବାକୁ ଆସି ପର୍ଯ୍ୟଟନ ମନ୍ତ୍ରୀ ସୂର୍ଯ୍ୟମନ୍ଦିର ବୁଲି ଦେଖିଛନ୍ତି। ପ୍ରତ୍ନତତ୍ତ୍ୱ ବିଭାଗ ଅଧୀକ୍ଷକ ସୂର୍ଯ୍ୟମନ୍ଦିର ସଂପର୍କରେ ଅବଗତ କରାଇବା ସହ ଚାଲିଥିବା ମରାମତି ଓ ସଂରକ୍ଷଣ ସଂପର୍କରେ ଜଣାଇଥିଲେ। ଏଥିରେ ପ୍ରତ୍ନତତ୍ତ୍ୱ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ରାଜ୍ୟ ପର୍ଯ୍ୟଟନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.