୯ରେ ବାତ୍ୟା ସମ୍ଭାବନା: ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ ହେବ ଗତିପଥ, ଓଡ଼ିଶା ଉପରେ ନାହିଁ ପ୍ରଭାବ
IMD ସୂଚନା ଅନୁଯାୟୀ, ୭ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବାବେଳେ ୮ ସୁଦ୍ଧା ଲଘୁଚାପ ଓ ପରବର୍ତ୍ତୀ ସମୟରେ ଏହା ବାତ୍ୟାରେ ପରିଣତ ହେବ।ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ ହେବ ଗତିପଥ।
ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୯ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା। ବାତ୍ୟା ସୃଷ୍ଟି ପରେ ଏହା ଉତ୍ତର ଦିଗରେ ଗତି କରିବ। ତେବେ କେତେ ଶକ୍ତିଶାଳୀ ହେବ ସେନେଇ ଜଣାପଡିନି। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି। ଓଡ଼ିଶା ଠାରୁ ଯଥେଷ୍ଟ ଦୂରରେ ରହିବା ନେଇ ଅଧିକାଂଶ ମଡେଲ୍ ଆକଳନ କରୁଛନ୍ତି।
IMD ସୂଚନା ଅନୁଯାୟୀ, ୭ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବାବେଳେ ୮ ସୁଦ୍ଧା ଲଘୁଚାପ ଓ ପରବର୍ତ୍ତୀ ସମୟରେ ଏହା ବାତ୍ୟାରେ ପରିଣତ ହେବ। ଲଘୁଚାପ ରୂପ ନେବା ପରେ ଆଇଏମ୍ଡି ଏହାର ଗତିପଥ ଓ ବାତ୍ୟାଟି କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ସୂଚନା ଦେବ। ଅନ୍ୟପଟେ ବାତ୍ୟାଟି ମିଆଁମାର ଯିବ ବୋଲି କିଛି ମଡେଲ ଆକଳନ କରୁଥିବାବେଳେ ଆଉ କିଛି ମଡେଲ୍ ବାଂଲାଦେଶରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ ବୋଲି ଦର୍ଶାଉଛନ୍ତି। ଏମିତି ବାତ୍ୟା ଶ୍ରୀଲଙ୍କା ହୋଇ ଆରବସାଗର ମୁହାଁ ହୋଇପାରେ ବୋଲି ଗୋଟିଏ ମଡେଲ ଦର୍ଶାଉଛି। ମଡେଲ୍ ଗୁଡିକର ଭିନ୍ନ ମତ ଯୋଗୁଁ IMDର ଆକଳନ ଉପରେ ସମସ୍ତଙ୍କ ନଜର ରହିଛି।