ଆଉ ଜଣେ କର୍ତ୍ତବ୍ୟ ପରାୟଣ କରୋନା ଯୋଦ୍ଧା, ନିଜ ବାପା ଆଇସିୟୁରେ ଥିବା ସତ୍ତ୍ୱେ ଜନସାଧାରଣଙ୍କ ବିପତ୍ତି ସମୟରେ ସେବା ଯୋଗାଉଛନ୍ତି ଚାନ୍ଦବାଲି ତହସିଲଦାର

ଚାନ୍ଦବାଲି(କେନ୍ୟୁଜ): ଲକଡାଉନ ହିଁ ବଡ ଔଷଧ ଭାବେ କାର୍ଯ୍ୟକରୁଛି କରୋନା ମୁକାବିଲାରେ, ଏହି କରୋନା ରୁପି ରାକ୍ଷସକୁ ଦମନ କରିବାପାଇଁ ଯୁଦ୍ଧ ଭାବେ କାର୍ଯ୍ୟକରୁଛନ୍ତି ଡାକ୍ତର, ସ୍ବାସ୍ଥ୍ୟ କର୍ମୀ, ପୁଲିସ ,ସାମ୍ବାଦିକ ଓ ସରକାରୀ କର୍ମଚାରୀ । ତେବେ ଏହାରି ଭିତରେ ଦେଖାଯାଇଛି ଅନେକ ଯୋଦ୍ଧାଙ୍କର ବ୍ୟକ୍ତିଗତ ଖୁସି ଓ ଦୁଃଖକୁ ବଳିଦାନ ଦେଇ ଲୋକଙ୍କ ସେବାରେ ଅହରହ କାର୍ଯ୍ୟ କରିଚାଲିଛନ୍ତି। ଏଭଳି ଏକ ଆଖି ଭିଜିଗଲା ଭଳି ଘଟଣା ଭଦ୍ରକରୁ ଆସିଛି । ଭଦ୍ରକ ଜିଲ୍ଲାର ସମସ୍ତ ୭ଟି ବ୍ଲକ ମଧ୍ୟରୁ ଚାନ୍ଦବାଲିରେ ସରକାରୀ କଟକଣାକୁ ପାଳନ କରି ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ଯୋଦ୍ଧାମାନଙ୍କ ଭିତରୁ ଜଣେ ହେଲେ ତହସିଲଦାର ସୁଶାନ୍ତ ସୁତାର । ଚାନ୍ଦବାଲି ବଜାର ସମେତ ଧାମରା ବଜାର ଓ ଘଣ୍ଟେଶ୍ଵର ଆଦି ସମସ୍ତ ବଜାର , ସମସ୍ତ ନଦୀଘାଟ ,ସମସ୍ତ ସୀମା ସିଲ କରାଯାଇ ଥିବା ବେଳେ , ଲୋକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉଛି । ଆଉ ଏଥିରେ ମୁଖ୍ୟ ଯୋଦ୍ଧା ଭାବେ ନେତୃତ୍ଵ ନେଇଛନ୍ତି ତହସିଲଦାର ।

 

chandbali tahasildar father

କିନ୍ତୁ ସବୁଠାରୁ ଦୁଃଖର ବିଷୟ ନିଜ ପରିବାରକୁ ଘନେଇ ଆସୁଥିବା ବିପଦକୁ ଅଣଦେଖା କରି ଜନସାଧାରଣଙ୍କ ବିପଦ ସମୟରେ ନିଜ କର୍ତ୍ତବ୍ୟ କରୁଛନ୍ତି ସୁଶାନ୍ତ ସୁତାର। ଲକ ଡାଉନର କିଛି ଦିନ ପରେ ତାଙ୍କ ବାପା ହଠାତ୍ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ ବାପା ଏବେ କଟକର ଏକ ଘରୋଇ ହସ୍ପିଟାଲର ଆସିୟୁରେ ଚିକିତ୍ସିତ ହେଉଥିବା ବେଳେ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜର ରାଜକାର୍ଯ୍ୟରେ ଅବହେଳା କରି ନାହାନ୍ତି ସୁଶାନ୍ତ । ତାହାରି ମଧ୍ୟରେ ମାନସିକ ବିକାରଗ୍ରସ୍ତ ଲୋକମାନଙ୍କୁ ଖାଇବାକୁ ଦେବା ସହ ସେମାନଙ୍କୁ ସୁରକ୍ଷା ଦେଇଥିବା ହେତୁ ଚାନ୍ଦବାଲିରେ ଚର୍ଚାର ବିଷୟ ପାଲଟିଛନ୍ତି ସୁଶାନ୍ତ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.