ଭୁବନେଶ୍ୱରରେ ସେନା ଉପମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତି

ଭୁବନେଶ୍ୱର: ଭୁବନେଶ୍ୱରରେ ଚଣ୍ଡି ପ୍ରସାଦ ମହାନ୍ତି। ଗତକାଲି ସେନା ଉପମୁଖ୍ୟ ଭାବେ ମନୋନୀତ ହେବାପରେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଲେପନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି। ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ୧୨୦ ବାଟାଲିୟନ ପକ୍ଷରୁ ସ୍ବାଗତ କରାଯାଇଛି।

ସେ ସିଧାସଳଖ ୧୨୦ ବାଟାଲିୟନକୁ ଯାଇ ସେଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ। ଆସନ୍ତାକାଲି ସୈନିକ ସ୍କୁଲରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ଚଣ୍ଡିପ୍ରସାଦ। ସେ ପ୍ରଥମ ଓଡ଼ିଆ ଭାବରେ ସେନା ଉପମୁଖ୍ୟ ଦାୟିତ୍ୱ ତୁଲାଇବେ। ଜାନୁଆରୀ ୩୧ରେ ଲେଫ୍ଟେନାଣ୍ଟ ଜେନେରାଲ ଏସ୍‌.କେ.ସାଇନି ଅବସର ନେବା ପରେ, ୪୨ ତମ ଭାଇସ ଚିଫ୍‌ ଅଫ ଆର୍ମୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି । ସେନାରେ ଦ୍ୱିତୀୟ ସର୍ବୋଚ୍ଚ ପଦବୀ ଭାଇସ ଚିଫ୍‌ ଅଫ ଆର୍ମୀରେ ଅଳଙ୍କୃତ ହେବାରେ ସେ ହେବେ ପ୍ରଥମ ଓଡିଆ ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.