ଶ୍ରୀଦେବୀ ତନୟା ଖୁସି କପୁର ବହୁତ ଜଲ୍‌ଦି କରିବାକୁ ଯାଉଛନ୍ତି ବଲିଉଡ୍‌ରେ ଡେବ୍ୟୁ, ପାପା ବୋନି କପୁର ଏମିତି ଦେଲେ ଇଶାରା

ଶ୍ରୀଦେବୀ ଓ ବୋନି କପୁରଙ୍କ ଝିଅ ଜାହ୍ନବୀ କପୁର ବଲିଉଡ୍‌ରେ ଡେବ୍ୟୁ କରିସାରିଛନ୍ତି। ଏବେ କପୁର ଫ୍ୟାମିଲିର ଆଉ ଜଣେ ସଦସ୍ୟ ବଲିଉଡ୍‌ରେ ପାଦ ଥାପିବାକୁ ଯାଉଛନ୍ତି। ଶ୍ରୀଦେବୀ-ବୋନିଙ୍କ ସାନ ଝିଅ ଖୁସି କପୁର ବହୁତ ଜଲଦି ବଲିଉଡ୍‌ରେ ନଜର ଆସିପାରନ୍ତି। ବୋନି ଇଶାରା କରିଛନ୍ତି କି, ଏ ନେଇ ଖୁବ୍‌ଶୀଘ୍ର ଘୋଷଣା କରାଯାଇପାରେ।

ଖୁସିଙ୍କ ବଲିଉଡ୍‌ ଡେବ୍ୟୁ ବିଷୟରେ ବୋନି ଏକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ‘ମୋ ପାଖରେ ସମାଧାନ ଅଛି। କିନ୍ତୁ ମୁଁ ଚାହୁଁଛି କି, ତାଙ୍କୁ ଆଉ କିଏ ଲଞ୍ଚ୍‌ କରନ୍ତୁ। କାହିଁକି ନା, ମୁଁ ତାଙ୍କର ବାପା। ଏମିତିରେ କେହି ବି ଚାନ୍ସ ଦେଇପାରିବେ। ଫିଲ୍ମ ମେକର ହୋଇ ଆପଣ ଏହିଭଳି ଭୁଲ କରିପାରିବେ ନାହିଁ। ମୁଁ ଚାହୁଁଛି କି, ଖୁସି ନିଜର ଅଲଗା ପରିଚୟ ବନାଉ। ତାଙ୍କୁ ଏମିତି ଜଣେ ଲଞ୍ଚ୍‌ କରିବେ, ଯାହାଙ୍କୁ ମୁଁ ଇଜ୍ଜତ କରୁଛି ଏବଂ ତାଙ୍କୁ ନେଇ ମୁଁ ସୁରକ୍ଷିତ ଏବଂ ନିରାପଦ ମଣୁଛି’।

ତେବେ ବୋନି କପୁର ଏଭଳି ଭାବେ ଇଶାରା ଦେଇଛନ୍ତି କି, ଯେପରି ଖୁସି କପୁରଙ୍କୁ ନେଇ ଫିଲ୍ମ ବନାଇବାକୁ ଯାଉଥିବା ନିର୍ମାତା-ନିର୍ଦ୍ଦେଶକ ତାଙ୍କର କେହି ଅତି ନିକଟତର। ଯଦିଓ ଖୁସି ଅନେକ ଥର କରଣ ଜୋହରଙ୍କ ସହିତ କାମ କରିବାକୁ ନେଇ ଆଗ୍ରହ ପ୍ରକାଶ କରିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.