Below header

ମୋଟ୍‌ ୮ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର

ଭୁବନେଶ୍ବର : କଳିଙ୍ଗ ଶିକ୍ଷା ସାଥି ସୁଧ ରିହାତି ପ୍ରସ୍ତାବରେ ପରିବର୍ତ୍ତନ । ପ୍ରସ୍ତାବରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍‌ । ପୂର୍ବରୁ କଳିଙ୍ଗ ଶିକ୍ଷା ସାଥି ଯୋଜନାରେ ୧ ପ୍ରଶିତ ସୁଧ ହାରରେ ଛାତ୍ରଛାତ୍ରୀଙ୍କୁ ୭ ଲକ୍ଷ ୫୦ ହଜାରରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ ଦିଆଯାଉଥିଲା । ପରିଶୋଧ ସମୟ ଥିଲା ୧୦ରୁ ୧୫ ବର୍ଷ । ଏବେ ପରିଶୋଧର ଅବଧି ୧୫ ବର୍ଷକୁ ବୃଦ୍ଧି କରାଯାଇଛି । ସେହିପରି ଏଣିକି ସମସ୍ତ ଶିକ୍ଷା ପାଇଁ ଛାତ୍ରଛାତ୍ରୀ ଋଣ ନେଇପାରିବେ । ପୂର୍ବରୁ କେବଳ ମ୍ୟାନେଜମେଣ୍ଚ, ଇଣ୍ଟିଗ୍ରେଟେଡ୍‌ ଲ’, ଇଞ୍ଜିନିୟରିଂ ଓ ମେଡ଼ିସିନ ପାଠ୍ୟକ୍ରମ ପାଇଁ ଶିକ୍ଷା ଋଣ ଦିଆଯାଉଥିଲା । ସେହିପରି ଏଣିକି ପଦୋନ୍ନତି ଭିତ୍ତିରେ ଅବକାରୀ ସୁପରିଟେଣ୍ଡେଣ୍ଟ ପଦବୀ ପୂରଣ କରାଯିବ । ଓଡ଼ିଶା ଅବକାରୀ ସେବା ନିୟମ ୨୦୦୨ର ସଂଶୋଧନ ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ୍‌ । ଡେପୁଟୀ ସୁପରିଟେଣ୍ଡେଣ୍ଟମାନଙ୍କୁ ପଦୋନ୍ନତି ଦିଆଯିବ । ସେହିପରି ଓଡ଼ିଶା ଦେବୋତ୍ତର ଅଧିନିୟମ ୧୯୫୧ରେ ସଂଶୋଧନ ଆଣିଛନ୍ତି ସରକାର । ରାଜ୍ୟର ହିନ୍ଦୁ ଧର୍ମାନୁଷ୍ଠାନ ଓ ମନ୍ଦିରରେ କାର୍ଯ୍ୟକ୍ରମ ପାଇଁ ଏଣିକି ସରକାରଙ୍କ ଅନୁମତି ଦରକାର । ପୂର୍ବରୁ ଆସିଷ୍ଟାଣ୍ଟ କମିଶନର କିମ୍ବା ଡେପୁଟୀ କମିଶନରଙ୍କ ଅନୁମତି ଦରକାର ପଡୁଥିଲା ।

ନୂତନ ଭାବେ ଓଡ଼ିଶା ଡ଼ାକ୍ତରୀ ସ୍ୱାସ୍ଥ୍ୟସେବା ସର୍ତ୍ତାବଳୀ ଲାଗୁ ପ୍ରସ୍ତାବରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍‌ । ପ୍ରାଥମିକସ୍ତରରେ ଚୟନ ଓ ପଦୋନ୍ନତି ପାଇଁ ଅନ୍‌ଲାଇନ୍‌ ପରୀକ୍ଷା କରାଯିବ । ସେହିପରି ଓଡ଼ିଶା ଓ ବିହାର ତୀର୍ଥଯାତ୍ରୀଙ୍କ ପାଇଁ ଲଜିଂ ହାଉସ ପାଣ୍ଠି ଗଠନ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ସରକାରୀ କାର୍ଯ୍ୟାବଳୀରେ ଜିଏସ୍‌ଟିକୁ ସ୍ଥାନ ଦେବା ପ୍ରସ୍ତାବକୁ ବି ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍‌ । ରାଜ୍ୟ କ୍ୟାବିନେଟ୍‌ ମୋଟ୍‌ ୮ଟି ପ୍ରସ୍ତାବକୁ ଅନୁମୋଦନ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.