ହେତୁବାଦୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅ, ମୁଖ୍ୟମନ୍ତ୍ରୀଙ୍କୁ ଛତିଶା ନିଯୋଗର ଚିଠି

ପୁରୀ(କେନ୍ୟୁଜ୍): ହେତୁବାଦୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛତିଶା ନିଯୋଗର ଚିଠି । ତୁରନ୍ତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି । ନହେଲେ ଆଗାମୀ ଦିନରେ ଏହାକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଛତିଶା ନିଯୋଗ ନାୟକ ପାଟ୍ଟଯୋଶୀ ଜନାର୍ଦ୍ଦନ ମହାପାତ୍ର ।

ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ସମୟରେ ହେତୁବାଦୀ ମାନେ ବିରିୟାନୀ ଖାଇଥିଲେ । ଯାହା କୋଟି କୋଟି ହିନ୍ଦୁଙ୍କ ଧର୍ମଭାବନା ଓ ବିଶ୍ୱାସକୁ କୁଠାରାଘାତ କରିଛି । ଏଥିସହ ହେତୁବାଦୀମାନେ ମହାପ୍ରଭୁ ଜଗନ୍ନାଥଙ୍କୁ ଭାତ ଏବଂ ଚିକେନ୍‌ ଭୋଗ ଲଗାଇବାକୁ କହି ସମସ୍ତ ସୀମା ଲଂଘିଥିଲେ । ଏଭଳି ମନ୍ତବ୍ୟ ପରେ ଅନେକ ସ୍ଥାନରେ ଅଶାନ୍ତି ସୃଷ୍ଟି ହୋଇଛି । ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଅନେକ ଲୋକ ମଧ୍ୟ ଦାବି କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.