Below header

ରକ୍ତରେ ଏହି ଦୂଷିତ ପଦାର୍ଥ ବଢ଼ିଲେ ଆସିଥାଏ ହାର୍ଟ ଆର୍ଟାକ୍‌, କୋଲେଷ୍ଟ୍ରଲରୁ ରକ୍ଷା ପାଇବା ପାଇଁ କେବଳ କରନ୍ତୁ ଏହି ଗୋଟିଏ ଉପାୟ

ଆଜିକାଲି ଅସ୍ୱାସ୍ଥ୍ୟକର ଲାଇଫଷ୍ଟାଇଲ କାରଣରୁ ଲୋକଙ୍କ ଠାରେ ଦ୍ରୁତ ଭାବରେ ହାଇ କୋଲେଷ୍ଟ୍ରଲ ବଢ଼ୁଛି । ଅଧିକ ମାତ୍ରାରେ ଫ୍ୟାଟ୍ସ ବାଲା ଖାଦ୍ୟ, ଶାରୀରିକ ପରିଶ୍ରମର ଅଭାବ, ମୋଟାପଣ, ସ୍ମୋକିଂ ଓ ଡ୍ରିଙ୍କ ପାଇଁ ଶରୀରରେ କୋଲେଷ୍ଟ୍ରଲ ବଢ଼ୁଛି । ଯାହାକି ଧିରେଧିରେ ଶରୀରରେ ବହୁ ପ୍ରକାର ରୋଗ ସୃଷ୍ଟି କରୁଛି । ଆରମ୍ଭରେ ଏହର କୌଣସି ଗମ୍ଭୀର ସଂକେତ ପ୍ରକାଶ ପାଇ ନଥିଲେ ମଧ୍ୟ ଏହା ବ୍ୟକ୍ତିର ପ୍ରାଣଘାତୀ ହୋଇପାରେ ।

ହାଇ କୋଲେଷ୍ଟ୍ରଲ ଯୋଗୁ ଆଜିକାଲି ବହୁ ଲୋକ ଚିନ୍ତିତ । ଯଦି ଆପଣ ପ୍ରଥମରୁ ଏହି ରୋଗରେ ପୀଡିତ ତେବେ ତୁରନ୍ତ ନିଜର ଜୀବନ ଶୈଳୀ ପରିବର୍ତ୍ତନ କରନ୍ତୁ । ତେବେ ପ୍ରକୃତି ଆମକୁ ଅଳସୀ ନାମକ ଏମିତି ଜିନିଷ ଦେଇଛି ଯାହାକୁ ଖାଇବା ଦ୍ୱାରା ଆମେ କୋଲେଷ୍ଟ୍ରଲକୁ କମ କରିପାରିବା । ଆସନ୍ତୁ ଜାଣିବା ତା’କୁ ଖାଇବାର ପ୍ରଣାଳୀ ।

ଅଳସୀ ଉପରେ ହୋଇଥିବା ରିସର୍ଚ୍ଚରୁ ତଥ୍ୟ

ଆମେରିକା ସୋସାଇଟି ଫର ନ୍ୟୁଟ୍ରେସନ ଦ୍ୱାରା ୨୦୧୫ ରେ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି, ଖାଦ୍ୟରେ ଅଳସୀର ସେବନ ଶରୀରରେ ବଢ଼ୁଥିବା କୋଲେଷ୍ଟ୍ରଲକୁ କମ କରିଥାଏ । ଏଥିସହିତ ପେରିଫେରାଲ ଆଟେରୀ ଡିଜିଜ (‘ପିଏଡି’ ଯେଉଁଥିରେ ଧମନି ସଂକୁଚିତ ହୋଇଯାଏ ଓ ବ୍ଲଡ ଫ୍ଲୋ କମ ହୋଇଥାଏ ) ବଢ଼ିବାରୁ ରୋକିଥାଏ । ଏହି ରିସର୍ଚ୍ଚର ଆରମ୍ଭରେ ଟିମ ପିଏଡି ରୋଗୀଙ୍କ ଅଳସୀ ଖାଇବା ଯୋଗୁ ୧୫ ପ୍ରତିଶତ କମ ଦେଖାଦେଇଥିବା ଦେଖାଯାଇଥିଲା ।

ଅଳସୀ ଶରୀର ଉପରେ କରିଥାଏ ଆଶ୍ଚର୍ଯ୍ୟଜନକ ପ୍ରଭାବ

ଅଳସୀ ଗୁଣ୍ଡ ପିଏଡି ରୋଗରେ ପୀଡିତ ଲୋକଙ୍କ ଖରାପ କୋଲେଷ୍ଟ୍ରଲକୁ କମ କରିଥାଏ । ଖାଲି ସେତିକି ନୁହେଁ ଅଧିକ କୋଲେଷ୍ଟ୍ରଲକୁ କମ କରିବା ସହ ବ୍ଲଡ ପ୍ରେସରକୁ ମଧ୍ୟ କମ କରିଥାଏ । ଅଳସୀ କବ୍ଜ ଓ ପେଟର ବହୁ ରୋଗକୁ ଭଲ କରିଥାଏ । ଅଳସୀକୁ ଧରା ପୃଷ୍ଟର ସବୁଠୁ ଭଲ ପୁଷ୍ଟିକର ଖାଦ୍ୟ ଭାବେ କୁହାଯାଇଛି ।

ପୋଷକ ତତ୍ତ୍ୱରେ ଭରପୁର ଥାଏ ଆଳସୀ

ଅଳସୀ ଏଏଲଏ ରେ ଭରପୁର ରହିଥାଏ,ଯାହା ବ୍ଲଡ ଫ୍ଲୋକୁ ଭଲ କରିଥାଏ । ଏହାର ତେଲ ମଧ୍ୟ ବ୍ୟବହାର କରାଯାଇଥାଏ । ଗ୍ରୀକ୍‌, ରୋମାନ, ଚୀନ ଓ ଭାରତରେ ଏହାକୁ ସେବନ କରାଯାଏ । ଅଳସୀରେ ଓମେଗା ୩, ଓମେଗା ୬ ଫ୍ୟାଟି ଏସିଡ, ସଲ୍ୟୁବଲ ଫାଇବର ଓ ପ୍ରୋଟିନ ଭରପୁର ରହିଥାଏ । ଏ ସବୁ ପୋଷକ ତତ୍ତ୍ୱ ଖରାପ କୋଲେଷ୍ଟ୍ରଲକୁ ଶେଷ କରିଥାଏ ।

ପ୍ରତିଦିନ କେତେ ମାତ୍ରାରେ ଅଳସୀ ଖାଇବେ

ହେଲଥ ଏକ୍ସପର୍ଟଙ୍କ ଅନୁଯାୟୀ, ପ୍ରତିଦିନର ଖାଦ୍ୟରେ ଏକ ଚାମଚ ଅଳସୀ ବ୍ୟବହାର କରିବା ଆବଶ୍ୟକ । ଅଳସୀକୁ କେବେ ବି କଂଚା ଖାଆନ୍ତୁ ନାହିଁ । ଏହାକୁ ପ୍ରଥମେ ଭାଜନ୍ତୁ ଓ ପରେ ଏହାକୁ ଗୁଣ୍ଡ କରି ଖାଆନ୍ତୁ । ଏହାକୁ ଆପଣ ଡ୍ରାଏ ଫୁଡ ଓ ଶସ୍ୟ ସହ ଗୁଣ୍ଡ କରି ଖାଇପାରିବେ । ଅଳସୀକ ଡଳିଆ, ହାଲଓ୍ଵା, ଲଡ୍ଡୁ କରି ମଧ୍ୟ ଖାଇ ପାରିବେ । ଏହାର ଅଧିକ ମାତ୍ରା ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.