Below header

ଭୂମିକମ୍ପରେ ଥରିଲା ଋଷିକେଶ, ରିକ୍ଟର ସ୍କେଲ୍‌ର ତୀବ୍ରତା ୩.୪

କେନ୍ୟୁଜ୍‌(ବ୍ୟୁରୋ):  ଉତ୍ତରାଖଣ୍ଡର ଋଷିକେଶରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲର ତାପମାତ୍ରା ୩.୪ ତୀବ୍ରତା ଥିଲା । ଶନିବାର ଦିନ ଦେବଭୂମି ଉତ୍ତରାଖଣ୍ଡର ଋଷିକେଶରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ରିକ୍ଟର ସ୍କେଲର ତୀବ୍ରତା ୩.୪ ଥିଲା । ଭୂମିକମ୍ପ ୪ଟା ୨୫ ମିନିଟ୍‌ରେ ହୋଇଥିଲା ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ବୁଧବାର ଦିନ ଉତ୍ତରାଖଣ୍ଡରେ ସକାଳ ୬ଟା ୨୭ ମିନିଟରେ ବି ଭୂ-କମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲର ତୀବ୍ରତା  ୪.୩ ଥିଲା ବେଳେ କୌଣସି ଜନ ଜୀବନ ହାନୀ ହୋଇଥିବା ସୂଚନା ମିଳି ନାହିଁ । ଏହାର ଗୋଟିଏ ଦିନ ପୂର୍ବରୂ ଦିଲ୍ଲୀ NCR ସମେତ ପୁରା ଉତ୍ତର ଭାରତ ଭୂମିକମ୍ପର ଝଟ୍‌କା ଅନୁଭବ କରିଥିଲା ।
କେମିତି ହୁଏ ଭୂ-କମ୍ପ:
ବିଜ୍ଞାନର ଆଧାରରେ ଭୂମିକମ୍ପ କେମିତି ହୁଏ ଜାଣିବାକୁ ହୁଏ ହେଲେ,ପୁରା ପୃଥିବୀର ସୃଷ୍ଟିକୁ ଜାଣିବାକୁ ପଡ଼ିବ । ପୃଥିବୀ କିଛି ସଂଗଠିତ ପ୍ଲେଟ ଉପରେ ରହିଛି । ଏହି ପ୍ଳେଟ ତଳେ ତରଳ ପଦାର୍ଥ ରହିଛି । ଏହି ପ୍ଲେଟ୍‌ ସବୁବେଳେ ଚଳ ପ୍ରଚଳ ହେଉଥାନ୍ତି ଏବଂ ବେଳେବେଳେ ପରସ୍ପର ମଧ୍ୟରେ ବାଡ଼େଇ ହୋଇଥାନ୍ତି । ଏହି ପରି ପ୍ଲେଟ୍‌ ଗୁଡ଼ିକ ପରସ୍ପର ମଧ୍ୟରେ ବାଡ଼େଇ ହେବା ଦ୍ୱାରା ପ୍ଲେଟ୍‌ ଭାଙ୍ଗି ଯାଏ । ତା ପରେ ତଳେ ଥିବା ତରଳ ପଦାର୍ଥ ବାହାରକୁ ଆସିବା ପାଇଁ ଚେଷ୍ଟା କରେ ଏବଂ ତା ପରେ ଏହି ଅସନ୍ତୁଳନ ଯୋଗୁଁ ଭୂମିକମ୍ପ ସୃଷ୍ଟି ହୁଏ ।
କେମିତି ମପାଯାଏ ଭୂ-କମ୍ପର ତୀବ୍ରତା:
ରିକ୍ଟର ସ୍କେଲରେ ଭୂମିକମ୍ପ ମପାଯାଏ । ରିକ୍ଟର ସ୍କେଲ୍‌ ଭୁ-କମ୍ପ ତରଙ୍ଗର ତୀବ୍ରତାକୁ ମାପିବାରେ ଏକ ମାପକାଠି ହୋଇଥାଏ । ଏହାକୁ ରିକ୍ଟର ମ୍ୟାଗ୍ନିଟ୍ୟୁଡ୍‌ ଟେଷ୍ଟ ସ୍କେଲ୍‌ କୁହାଯାଏ । ରିକ୍କଟର ସ୍କେଲ୍‌ରେ ଭୂମିକମ୍ପର କେନ୍ଦ୍ରରେ ୧ ରୁ ୯ ଭିତରେ ଅଧାର କରି ମପାଯାଇଥାଏ । ଏହି ରିକ୍ଟର ସ୍କେଲ୍‌ ଭୂମିକମ୍ପରେ ପୃଥିବୀର ଭିତରୁ ବାହାରୁଥିବା ଉର୍ଜାକୁ ଆଧାର କରି ଏହାର ତୀବ୍ରତା ମାପିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.