ଛାଡ଼ପତ୍ର ପରେ ବି ପ୍ରେମରେ ପଡିଲେ ଦୂରେଇ ଯାଇଥିବା ଦମ୍ପତି, ଲୋକେ କହିଲେ ପ୍ରେମ ହେବ ତ ଏମିତି

ଅନେକ ପ୍ରେମ କାହାଣୀ ବିଷୟରେ ଶୁଣିଥିବେ। କିଛି ହୁଏତ ଆପଣଙ୍କୁ ହସାଇ ଥିବ ଆଉ କିଛି କନ୍ଦାଇ ଥିବ। ହେଲେ ବର୍ତ୍ତମାନ କିଛି ଦମ୍ପତିଙ୍କ ମଧ୍ୟରେ ଏପରି କଳହ ସୃଷ୍ଠି ହେଉଛି ଯାହାର ଶେଷ ହେଉଛି ଛାଡ଼ପତ୍ର। କିନ୍ତୁ ଆପଣ କେବେ ଭାବୁଛନ୍ତି କି ଛାଡ଼ ପତ୍ର ପରେ ଦମ୍ପତି ପ୍ରେମରେ ପଡିଛନ୍ତି ବୋଲି। ଜଣେ ଅଷ୍ଟ୍ରେଲୀୟ ଦମ୍ପତି ଛାଡପତ୍ର ପରେ ବି ପ୍ରେମରେ ପଡି ପୁଣିଥରେ ବିବାହ କରିଥିଲେ। ଯାହା ସେମାନଙ୍କ କାହାଣୀକୁ ଅଧିକ ଆକର୍ଷଣୀୟ କରିଛି।

ଅଷ୍ଟ୍ରେଲିଆର ଏକ ରିପୋର୍ଟ ଅନୁଯାୟୀ, ଜାନୁଆରୀ ୨୦୦୨ ରେ ଏକ ଅନଲାଇନ୍ ଡେଟିଂ ପ୍ଲାଟଫର୍ମ ମାଧ୍ୟମରେ ଡାନିଏଲ୍ କାର୍ଟିସ୍ ଏବଂ ଟିମ୍ କାର୍ଟିସ୍ ପ୍ରତ୍ୟେକଙ୍କୁ ଭେଟିଥିଲେ। ଏହାପରେ ସେମାନେ ଡେଟ୍ କରିଥିଲେ ଓ ଭଲ ପାଇବାର ୨ ବର୍ଷ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏମିତିକି ସେମାନଙ୍କ ବିବାହ ସମୟରେ ଡାନିଏଲ୍ ଦୁଇ ପିଲାଙ୍କ ମାତା ଥିଲେ। ତେବେ ସେ ୨୦୧୫ ରେ ଆନୁଷ୍ଠାନିକ ଭାବରେ ଛାଡପତ୍ର ନେଇଥିଲେ।ଡାନିଏଲଙ୍କ କହିବାନୁସାରେ, ପ୍ରେମ ଉଭୟଙ୍କ ମଧ୍ୟରେ ସର୍ବଦା ରହିଆସିଥିଲା।

​​କିନ୍ତୁ ସେମାନେ ତାଙ୍କର ଆର୍ଥିକ ସ୍ଥିତି ଖରାପ ହେବାରୁ ଅଲଗା ହେବାକୁ ଇଚ୍ଛା କରିଥିଲେ। ଦୁହେଁ ପରସ୍ପର ସହ କଥା ହେବାକୁ ମନା କରିଦେଇଥିଲେ ଯେତେବେଳେ ସେମାନଙ୍କର ପିଲାମାନେ ବାରମ୍ବାର ତାଙ୍କୁ ମିଶାଇବାକୁ ମଧ୍ୟ ଚେଷ୍ଟା କରିଥିଲେ।

ସେମାନେ ଦୁହେଁ ଅନ୍ୟ ନୂଆ ଲୋକଙ୍କୁ ଡେଟ୍ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ କିଛି ହୋଇ ନଥିଲା। ୨୦୧୭ ରେ ଟମ୍ ପୁଣି ଥରେ ଡାନିଏଲଙ୍କ ପ୍ରେମରେ ପଡ଼ିଥିଲେ। ଟମ୍ ଡାନିଏଲଙ୍କୁ କ୍ଷମା ମାଗିଥିଲେ। ପୁଣି ଥରେ ତାଙ୍କ ସହ ରହିବାକୁ କହିଥିଲେ। ସେମାନେ ପରସ୍ପରକୁ ଛାଡ଼ି ରହିବା ତାଙ୍କ ପାଇଁ ସହଜ ନଥିଲା। ତେଣୁ ୨୦୧୭ ମସିହାରେ ଦୁହେଁ ପୁଣି ଥରେ ଏକାଠି ରହିବା ପାଇଁ ନିଷ୍ପତି ନେଇଥିଲେ। ତାଙ୍କ କଥା ଜାଣିବା ପରେ ଦୁହିଁଙ୍କ ପରିବାର ମଧ୍ୟ ବେଶ ଖୁସି ଅଛନ୍ତି। କାରଣ ଦମ୍ପତି ଛାଡପତ୍ର ନ ଦିଅନ୍ତୁ ବୋଲି ଦୁହିଁଙ୍କ ପରିବାର ଚାହୁଁଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ସେମାନେ ପୁଣି ଥରେ ବିବାହ ମଧ୍ୟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.