ପୁଣି ଓଡ଼ିଶାକୁ ଅବହେଳା: ଚାଷୀଙ୍କୁ ସାର ଯୋଗାଇବା ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(କେନ୍ୟୁଜ୍): ପୁଣି ଓଡ଼ିଶାକୁ ଅବହେଳା। ଚାଷୀଙ୍କୁ ସାର ଯୋଗାଇବା ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାକୁ ସାର ଯୋଗାଇବା ନେଇ ପୁଣିଥରେ କେନ୍ଦ୍ର ଦେଖାଇଛି ଉଦାସୀନତା। ଫଳରେ ଖରିଫ ବେଉଷଣ ସମୟରେ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିଯୋଗୁଁ ଫସଲ ଉତ୍ପାଦନ ପରିମାଣ ହ୍ରାସ ପାଇବା ଆଶଙ୍କା ଦେଖାଦେଇଛି।

ପୂର୍ବ ବର୍ଷ ଗୁଡିକରେ ଓଡ଼ିଶା ଯେପରି ସାର ସଙ୍କଟର ସମ୍ମୁଖୀନ ହୋଇଥିଲା , ଚଳିତବର୍ଷ ଅନୁରୂପ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀଙ୍କ ସ୍ୱାର୍ଥ ପାଇଁ କେନ୍ଦ୍ର ନିକଟରେ ଦୃଢ ଦାବି କରିଛନ୍ତି। ଚାଷୀଙ୍କ ସ୍ୱାର୍ଥକୁ ଉପେକ୍ଷା କରାଯାଉଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହ କେନ୍ଦ୍ର ସାର ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡବିୟଙ୍କୁ ତୁରନ୍ତ ଓଡ଼ିଶା କୋଟାରେ ସାର ଯୋଗାଇବା ପାଇଁ ଚିଠି ଲେଖିଛନ୍ତି। ଚଳିତ ଖରିଫ୍‌ ଋତୁରେ ଡିଏପ୍‌, ଓମ୍‌ଓପି ଭଳି ସାର ଯୋଗାଣ ଆବଶ୍ୟକତା ଠାରୁ ବହୁତ କମ୍‌ ରହିଛି। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ନୁଖୀନ ହେୁଥିବା ଓଡ଼ିଶାର ଚାଷୀମାନେ ବ୍ୟାପକ କ୍ଷତି ସହୁଛନ୍ତି। ତେଣୁ କେନ୍ଦ୍ର ସରକାର ଠିକମା ସମୟରେ ।ବଶ୍ୟକତାକୁ ଦେଖି ରାଜ୍ୟକୁ ସାର ଯୋଗାଇ ଦେବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.