ଝାରବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ: ‘ମୁଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢିବି’…

ବରଗଡ଼ (କେନ୍ୟୁଜ): ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିଛନ୍ତି । ହେଲିକପ୍ଟର ଯୋଗେ ପଦ୍ମପୁରରେ ପହଞ୍ଚିଛନ୍ତି ନବୀନ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଝାରବନ୍ଧ ସଭାସ୍ଥଳରେ ପହଞ୍ଚି ବର୍ଷାଙ୍କ ପାଇଁ ଭୋଟ୍ ଅପିଲ୍ କରୁଛନ୍ତି ।

ଆଜି ଝାରବନ୍ଧ ସଭାସ୍ଥଳରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଅଭିଭାଷଣ ଦେଇଥିଲେ । ପ୍ରଭୁ ନରସିଂହ ନାଥରୁ ଅଭିଭାଷଣ ଆରମ୍ଭ କରିଲେ ମୁଖ୍ୟମନ୍ତ୍ରୀ । ଆଉ କହିଥିଲେ ଗଙ୍ଗାଧର ମେହେରଙ୍କ ପରବିତ୍ର ମାଟିରେ ସମସ୍ତଙ୍କୁ ପ୍ରଣାମ । ଝାରବନ୍ଧ ଅଞ୍ଚଳର ପ୍ରିୟ ଭାଇ ଓ ଭଉଣୀ ମାନଙ୍କୁ ମୋର ଜୁହାର୍ । ମା ମନେ ଭଉଣୀମାନେ, ଆପଣମାନେ ସମସ୍ତେ ଏତେ ସଂଖ୍ୟାରେ ଆସିଛନ୍ତି ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ।

ମୁଁ ସବୁବେଳେ ଆପଣମାନଙ୍କ ସୁଖଦୁଃଖରେ ସାମିଲ ହୋଇଛି । ମୁଁ ଗରିବ ଲୋକଙ୍କ ହକ୍ ପାଇଁ ଲଢେଇ ଜାରି ରଖିଛି । କେନ୍ଦୁପତ୍ର ତୋଳାଳିଙ୍କ ହକ୍ ଓ ଚାଷୀଙ୍କ ଉନ୍ନତି ପାଇଁ ମୁଁ କାମ କରୁଛି। ଆପଣଙ୍କ ପାଇଁ ମୁଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢିବି। ମୁଁ କଥାରେ ନୁହେଁ କାମରେ ବିଶ୍ବାସ କରେ। ଆପଣମାନଙ୍କର ସବୁ ସ୍ବପ୍ନ ସାକାର ହେବ। ମା’ମାନଙ୍କୁ ଉଦ୍ୟୋଗୀ କରିବା ଆମର ଲକ୍ଷ୍ୟ। ଚକ୍ରଧର ଡ୍ୟାମ ଉନ୍ନତିକରଣ, ୧୩୩/୧୧ କେଭି ସବଷ୍ଟେସନ ଆପଣମାନଙ୍କର ଦାବି ଥିଲା । ଆପଣମାନଙ୍କର ସ୍ୱପ୍ନ ସାକାର ହେବ । ମୋର ଅନୁରୋଧ, ବିଜୁ ଜନତା ଦଳ ପ୍ରାର୍ଥୀ ବର୍ଷ। ସିଂହ ବରିହାଙ୍କୁ ଆଶିର୍ବାଦ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.