Below header

ବଲାଙ୍ଗିର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ: ଲୋୟର ସୁକତେଲ ପ୍ରକଳ୍ପ ଅଞ୍ଚଳରେ କରିବେ ସମୀକ୍ଷା

ବଲାଙ୍ଗିର(କେନ୍ଯୁଜ୍): ବଲାଙ୍ଗିର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭି.କେ ପାଣ୍ଡିଆନ୍‌। ବଲାଙ୍ଗିର ତୁଷୁରା ଏୟାରଷ୍ଟ୍ରିପରେ ପହଞ୍ଚି ଦେଓଗାଁ ପଞ୍ଚାୟତ ହାଇସ୍କୁଲ ପରିଦର୍ଶନ କରିବେ। ଏହାପରେ ତରଳ ଅକ୍ସିଜେନ୍‌ ପ୍ଲାଣ୍ଟ ସାଇଡ୍‌ ବୁଲି କାର୍ଯ୍ୟ ତଦାରଖ କରିବା ସହ ପିତିତପାବନ ହାଇସ୍କୁଲକୁ ଯିବେ।

ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ବୁଲି ସମୀକ୍ଷା କରିବେ। ସେଠାରୁ ଲୋୟର ସୁକଲେତ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବେ। ମୁଖ୍ୟ ଶାସନ ସଚିବ ଓ 5T ସଚିବଙ୍କ ସହ ଏକ ଉଚ୍ଚସ୍ତରୀୟ ଟିମ୍‌ ମଧ୍ୟ ବଲାଙ୍ଗିର ଗସ୍ତ କରିଛି। ସଚିବ ସ୍ତରୀୟ ଟିମ୍‌ର ଗସ୍ତ ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.