ରାଜ୍ୟରେ ୨ ପ୍ରତିଶତରେ ଦୈନିକ ସଂକ୍ରମଣ: ଗତ ୨୪ ଘଣ୍ଟାରେ ୧ ହଜାର ୩୧୫ ପଜିଟିଭ୍‌ ଚିହ୍ନଟ, ୬୬ ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ୨ ପ୍ରତିଶତରେ ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧ ହଜାର ୩୧୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ମୋଟ ୬ହଜାର ୧୬୮ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌ ।

ଆଜି ପଜିଟିଭିଟି ରେଟ୍‌ ରହିଛି ୨.୦୧ ପ୍ରତିଶତ । ଯାହାକି ଗତକାଲି ଥିଲା ୧.୯୦ ପ୍ରତିଶତ । ୨୪ ଘଣ୍ଟାରେ ୬୫ ହଜାର ୨୦୯ ଟେଷ୍ଟିଂ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୪୧୩ ସଂକ୍ରମିତ ହୋଇଛନ୍ତି । କଟକରୁ ୧୯୮ ଓ ଯାଜପୁରରୁ ୮୯ ରହିଛି କରୋନା କେସ୍‌ । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୧୩ ହଜାର ୮୭୨ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.