Below header

ଭୁବନେଶ୍ବରର ଜୟଦେବ ବିହାର-ନନ୍ଦନକାନନ ରାସ୍ତା କାମ ତ୍ୱରାନ୍ଵିତ, ୩ ମାସ ମଧ୍ୟରେ ସାରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀର ଜୟଦେବ ବିହାରଠାରୁ ନନ୍ଦନକାନନ ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ୱ ସମାନ୍ତରାଳ ରାସ୍ତା କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ଉପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁତ୍ୱାରୋପ କରିଛନ୍ତି । ଏହି କାର୍ଯ୍ୟକୁ ବିଭିନ୍ନ ପର୍ଯ୍ୟାୟରେ ବିଭକ୍ତ କରି ତାହାକୁ ସମୟ ଅନୁଯାୟୀ ସାରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

chief

ଜାଭିୟର ଛକରୁ କିଟ୍‌ ଛକ ବାମ ପାର୍ଶ୍ୱ ରାସ୍ତାକୁ ୩ ମାସ ମଧ୍ୟରେ ସାରିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ରାସ୍ତାଟି ପଥରଗାଡ଼ିଆ- ମ୍ୟାଥମେଟିକ୍ସ ଇନିଷ୍ଟିଚ୍ୟୁଟ୍‌ ଦେଇ ଚନ୍ଦକା ରାସ୍ତାକୁ ମଧ୍ୟ ଯୋଗାଯୋଗ କରିବ । ୧୩ କିଲୋମିଟର ଏହି ରାସ୍ତା ପାଇଁ ୯୨ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିଭଳି ଆଚାର୍ଯ୍ୟ ବିହାରଠାରୁ ବିଗ୍‌ ବଜାର ଛକ ଯାଏ ରାସ୍ତାର ଦକ୍ଷିଣ ପାର୍ଶ୍ୱ କାର୍ଯ୍ୟ ଅଗ୍ରଗତି େଇ ସମୀକ୍ଷା କରିଛନ୍ତି ମୁଖ୍ୟ ସଚିବ । ଆଗାମୀ ୩ ମାସ ମଧ୍ୟରେ ଡମଣା ଛକରୁ କେଳୁଚରଣ ପାର୍କ ରାସ୍ତାକୁ ୩ ମାସ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଭୟ ରାସ୍ତା ପାର୍ଶ୍ୱ ଓ ମେଡିଆନରେ ବଡ଼ ଗଛ ଲଗାଯିବା ପାଇଁ ଯୋଜନା ହୋଇଛି । ଏହି ଉଭୟ ରାସ୍ତାର ଟ୍ରାଫିକ୍‌ ଜାମ୍‌ ମଧ୍ୟ ହ୍ରାସ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.