୪୧ ବର୍ଷ ପରେ ଅଷ୍ଟ୍ରେଲିଆ ହାତକୁ ଆସିଲା ୱିମ୍ବଲଡନ ଟ୍ରଫି, ଆଶେଲଗ ବାର୍ଟି ରଚିଲେ ଇତିହାସ

୪୧ ବର୍ଷ ପରେ ଅଷ୍ଟ୍ରେଲିଆ ହାତକୁ ଆସିଲା ୱିମ୍ବଲଡନ ଟ୍ରଫି। ବିଶ୍ବର ଏକ ନମ୍ବର ଟେନିସ୍‌ ଖେଳାଳି ଆଶେଲ ବାର୍ଟି ୱିମ୍ବଲଡନ ଟ୍ରଫି ଜିତି ରଚିଛନ୍ତି ଇତିହାସ। ମହିଳା ଏକକ ବର୍ଗରେ ଚାମ୍ପିୟନ ହୋଇ ନିଜ ଟେନିସ କ୍ୟାରିୟରର ପ୍ରଥମ ତଥା ଅଷ୍ଟ୍ରେଲିଆ ପାଇଁ ୪୧ ବର୍ଷ ପରେ ୱିମ୍ବଲଡନ ଟ୍ରଫି ଜିତିଛନ୍ତି ଆଶେଲଗ ବାର୍ଟି। ଶେଷ ଥର ପାଇଁ ୧୯୮୦ରେ ଅଲ ଇଂଲଣ୍ଡ ବ୍ଲକରେ ଅଷ୍ଟ୍ରେଲିଆ ପାଇଁ ୱିମ୍ବଲଡନ ଟ୍ରଫି ଇଭୋନେ ଗୋଲାଗୋଙ୍ଗ ଜିତିଥିଲେ।

ବାର୍ଟି ଫାଇନାଲରେ ଚେକ ଗଣରାଜ୍ୟର କେରୋଲିନା ପ୍ଲିସକୋଭାଙ୍କୁ ୬-୩,୬-୭(୪) ଓ ୬-୩ ସେଟରେ ହରାଇ ପ୍ରଥମ ଥର ପାଇଁ ମହିଳା ଏକକ ବର୍ଗରେ ୱିମ୍ବଲଡନ ଟ୍ରଫି ହାତେଇଛନ୍ତି। ଏହାପୂର୍ବରୁ ସେ ୨୦୧୯ ମସିହାରେ ଫ୍ରେଞ୍ଚ ଓପନରେ ବିଜୟୀ ହୋଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.