Below header

ମଙ୍ଗଳାଯୋଡି ପକ୍ଷୀ ଅଭୟାରଣ୍ୟରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର

ଟାଙ୍ଗୀ(କେନ୍ୟୁଜ୍): ମଙ୍ଗଳାଯୋଡି ପକ୍ଷୀ ଅଭୟାରଣ୍ୟରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର । ମଙ୍ଗଳା ଯୋଡିରେ ପହଁଚି ଡଙ୍ଗାରେ ପକ୍ଷୀ ଅଭୟାରଣ୍ୟ ବୁଲି ଦେଖିଛନ୍ତି । ଭିତ୍ତିଭୂମିର ମଧ୍ୟ ସମୀକ୍ଷା କରିଛନ୍ତି ସୁରେଶ ମହାପାତ୍ର । ଶୀତ ଦିନେ ପକ୍ଷୀ ଦେଖିବା ପାଇଁ ମଙ୍ଗଳା ଯୋଡିକୁ ଶହଶହ ପର୍ଯ୍ୟଟକ ଆସୁଥିବାରୁ ସେମାନଙ୍କ ପାଇଁ ଥିବା ସୁବିଧାର ସମୀକ୍ଷା କରିଥିଲେ ।

ମଙ୍ଗଳା ଯୋଡି ଲେବଲ୍‌ କ୍ରସିଂ ଠାରୁ ଜେଟି ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ, ଜେଟିରେ ପର୍ଯ୍ୟଟକଙ୍କ ଗାଡି ପାର୍କିଂ, ପରିବେଶକୁ ସ୍ୱଚ୍ଛ ରଖିବା ସହ ସେଠାରେ ଥିବା ପକ୍ଷୀ ସୁରକ୍ଷା ସମିତିଙ୍କୁ ଅଧିକା ପ୍ରୋତ୍ସାହନ ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ । ମଙ୍ଗଳା ଯୋଡିର ଅଧିକ ଉନ୍ନତି ନେଇ ସ୍ଥାନୀୟ ଗାଇଡ୍‌, ପକ୍ଷୀ ସୁରକ୍ଷା ସଂଗଠନ କର୍ମକକର୍ତ୍ତାଙ୍କ ସହ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ସଚିବଙ୍କ ସହ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତି, ବାଲୁଗାଁ ବନ୍ୟ ପ୍ରାଣୀ ଡିଭିଜନର ଡିଏଫ୍‌ଓ, ଟାଙ୍ଗୀ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.