ଝାରସୁଗୁଡ଼ାର ଏକ ମେଡିକାଲ ଏଜେନ୍ସିରୁ ଲକ୍ଷାଧିକ ଟଙ୍କାର ନକଲି ମେଡିସିନ୍‌ ଜବତ, ଔଷଧ ବିକ୍ରି ଉପରେ ରୋକ୍

ଝାରସୁଗୁଡ଼ା(କେନ୍ୟୁଜ୍): ଲକ୍ଷାଧିକ ଟଙ୍କାର ନକଲି ମେଡିସିନ୍‌ ଜବତ । ଝାରସୁଗୁଡ଼ାର ଏକ ମେଡିକାଲ ଏଜେନ୍ସିରୁ ୧ ଲକ୍ଷ ୭୦ ହଜାର ନକଲି ମେଡିସିନ୍‌ ଜବତ ହୋଇଛି । ଏଠାରେ ଔଷଧ ବିକ୍ରି ଉପରେ ରୋକ ଲଗାଯାଇଛି ।

ଡ୍ରଗ ରୁଲ, ଭେଲିଡ଼ ଡିଏଲ, ଭେଲିଡ଼ ଜିଏସଟି ନମ୍ବର ଥିବା ବନାରସର ଏକ ପାର୍ଟୀଠୁ ଔଷଧ କିଣିଥିବା ମେଡିକାଲ ଏଜେସନ୍ସିର ମାଲିକ କହିଛନ୍ତି । ସେ ପ୍ରାୟ ୪ଲକ୍ଷ ଟଙ୍କାର ଔଷଧ କିଣିଥିଲେ ।

ଔଷଧ କ୍ୱାଲିଟି ଯାଞ୍ଚ ପାଇଁ ତାଙ୍କ ପାଖରେ ବ୍ୟବସ୍ଥା ନଥିବା କହିଛନ୍ତି । ଏହି ଔଷଧ ଯେଉଁ ଡିଷ୍ଟ୍ରିବ୍ୟୁଟରଙ୍କୁ ଦିଆଯାଇଛି ସମସ୍ତଙ୍କୁ ଏନେଇ ଅବଗତ କରାଯାଇଛି । ବର୍ତ୍ତମାନ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ନେଇ ଅପେକ୍ଷାରେ ଥିବା କହିଛନ୍ତି ମେଡିସିନ୍‌ ଏଜେନ୍ସିର ମାଲିକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.