ବିଶ୍ୱ ଅର୍ଥନୀତି ୨୦୨୩ ରେ ମାନ୍ଦା ଆଡକୁ ଅଗ୍ରସର ହେବ : ଅର୍ଥନୀତି ବିଶାରଦଙ୍କ ମତ

ନୂଆଦିଲ୍ଲୀ : ଆସନ୍ତା ବର୍ଷ ବା ୨୦୨୩ ରେ ବିଶ୍ୱଅର୍ଥ ନୀତି ମାନ୍ଦା ଆଡକୁ ଗତି କରିବ,ଯାହା ଫଳରେ ମୁଦ୍ରା ସ୍ଫିତିକୁ ସାମ୍ନା କରିବାକୁ କ୍ରୟ ମୂଲ୍ୟ ବୃଦ୍ଧି ହେବ ବୋଲି ସେଣ୍ଟର ଫର ଇକୋନମିକ୍ସ ଆଣ୍ଡ ବିଜିନେସ୍‌ ଗବେଷଣାରୁ ଜଣାପଡିଛି ।

ଯଦିଓ ୨୦୨୨ ରେ ପ୍ରଥମ ଥର ପାଇଁ ବିଶ୍ୱୀୟ ଅର୍ଥନୀତି ୧୦୦ ଟ୍ରିଲିୟନ ଡଲାରକୁ ଅତିକ୍ରମ କରିଥିଲା, କିନ୍ତୁ ୨୦୨୩ ରେ ଏହା ଗତିଶୀଳ ହେବନି ବରଂ ଠପ୍‌ ହୋଇଯିବ । କାରଣ ପଲିସି ମେକର୍ସମାନେ ବଢ଼ୁଥିବା ଦରଦାମକୁ ଲକ୍ଷ୍ୟ କରି ସ୍ଥିର ରହିଯିବେ ବୋଲି ବ୍ରିଟିଶ କନସଲଟାନ୍ସୀ ପକ୍ଷରୁ କୁହାଯାଇଛି ।

ଯାହାଫଳରେ ବିଶ୍ୱ ଅର୍ଥ ନୀତିରେ ମାନ୍ଦା ଅବସ୍ଥା ଦେଖାଯିବ । କାରଣ ସୁଧ ରେଟରେ ବୃଦ୍ଧି ଯୋଗୁ ମୁଦ୍ରାସ୍ଫୀତି ମଧ୍ୟ ବୃଦ୍ଧି ପାଇବ । କାରଣ ଏଯାଏ ମୁଦ୍ରାସ୍ଫୀତି ବିରୋଧରେ ଯୁଦ୍ଧ ସରିନାହିଁ ।
ବିଶ୍ୱ ଅର୍ଥନୀତିର ଏକ ତୃତୀୟାଂଶ ହ୍ରାସ ପାଇବ ଏବଂ ୨୦୨୩ ରେ ଗ୍ଲୋବାଲ ଡିଜପି ବୃଦ୍ଧିରେ ୨% ହ୍ରାସ ପାଇବାର ୨୫ % ଆଶଙ୍କା ରହିଛି ବୋଲି ଏହି ଗବେଷଣା ଗତ ଅକ୍ଟୋବର ମାସରେ ସତର୍କ କରାଇଥିଲା ।

ଚାଇନା ଏବେ ଆମେରିକାର ଅର୍ଥନୀତିକୁ ଅତିକ୍ରମ କରି ୨୦୩୬ ମସିହା ବା ଆହୁରି ର୍ପୂବରୁ (ଆଶା କରାଯାଉଥିବା ବର୍ଷ ଠାରୁ ୬ ବର୍ଷ ପରେ ) ବିଶ୍ୱର ବୃହତ୍ତମ ଅର୍ଥନୀତି ଆଡକୁ ଗତି କରିବ । ଯାହାକି ଚାଇନାର ଜିରୋ କୋଭିଡ ପଲିସୀ ଓ ବୃଦ୍ଧି ପାଉଥିବା ଶିଳ୍ପ ପଲିସୀ ଯୋଗୁ ସମ୍ଭବ ହୋଇପାରେ ।

ଆହୁରି ଆଶା କରାଯାଇଛି ଯେ :

• ୨୦୩୫ ବେଳକୁ ଭାରତ ବିଶ୍ୱର ୩ୟ ବା ୧୦ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥା ଓ ୨୦୩୨ ବେଳକୁ ବିଶ୍ୱର ୩ୟ ବୃହତ୍ତମ ଦେଶ ହେବ ବୋଲି ଆଶା କରାଯାଇଛି ।

• ସେହିପରି ଯୁକ୍ତରାଜ୍ୟ ବିଶ୍ୱର ୬ଷ୍ଠ ବୃହତ୍ତମ ଅର୍ଥନୀତି, ଫ୍ରାନ୍ସ ୭ମ ସ୍ଥାନରେ ରହିପାରେ ।

• ସେତେବେଳକୁ ପ୍ରାକୃତିକ ସମ୍ପଦର ଅଭିବୃଦ୍ଧି ଯୋଗୁ ଫସିଲ ଫୁଏଲ ନୂଆ ଶକ୍ତିର ଉତ୍ସ ହେବ ବୋଲି କୁହାଯାଇାଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.