Below header

ସମ୍ବଲପୁର ପରେ ବଲାଙ୍ଗିର ପାଟଣାଗଡ଼ ଡାକ୍ତରଖାନାରୁ ଛୁଆ ଚୋରି ଅଭିଯୋଗ

ବଲାଙ୍ଗିର(କେନ୍ୟୁଜ୍) : ସମ୍ବଲପୁର ପରେ ବଲାଙ୍ଗିର ପାଟଣାଗଡ଼ ଡାକ୍ତରଖାନାରୁ ଛୁଆ ଚୋରି ଅଭିଯୋଗ। ଘସିଏନ୍‌ ଗାଁର ଜୟନ୍ତି ତାଣ୍ଡି ପାଟଣାଗଡ଼ ଡାକ୍ତରଖାନାରେ ଗତ ରବିବାର ଦିନ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ମାଆ ଓ ଛୁଆ ଶିଶୁ କକ୍ଷରେ ଥିବା ବେଳେ ଏକ ଅଜଣା ମହିଳା ମୁଁ ତୁମ ସଂପର୍କୀୟ କହି କିଛି ସମୟ ତାଙ୍କ ସହ କଥା ହୋଇଥିଲେ। ଶିଶୁକୁ ମୁହଁଦେଖା ନାଁରେ ୧୦୦ଟଙ୍କା ଦେଇଥିଲେ। ପରେ ଜୟନ୍ତୀଙ୍କର ଶାଶୁ ପାଣି ଆଣିବାକୁ ଯାଇଥିବା ସମୟରେ ନବଜାତ ଶିଶୁକୁ ନେଇ ମହିଳା ଜଣଙ୍କ ଫେରାର ହୋଇଯାଇଛନ୍ତି। ଜୟନ୍ତୀଙ୍କର ସ୍ୱାମୀ ମଧ୍ୟ ଉପସ୍ଥିତ ନଥିଲେ। ପାଟଣାଗଡ ଥାନା ପୋଲିସ ଏହି ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.