୭୬ ବୟସ ଯୋଦ୍ଧା : ସବୁଠୁ ବୟସ୍କ ‘କଲାରିପାଇଟୁ’ ମାର୍ଶଲ ଆର୍ଟ ଏକ୍‌ସପର୍ଟ ମିନାକ୍ଷୀ ଅମ୍ମା

ସାଧାରଣତଃ ପରିଣତ ବୟସରେ ବୃଦ୍ଧାଙ୍କୁ ଆପଣ, ବିଶ୍ରାମ ନହେଲେ ନାତିନାତୁଣୀଙ୍କୁ କାହାଣୀ ଶୁଣାଉଥିବା ଦେଖିଥିବେ । ଚର୍ମ ଧୁଡୁ ଧୁଡୁ ଶରୀରରେ, ସେମାନଙ୍କର ଅସହାୟତାକୁ ଅନୁଭବ କରିଥିବେ । ହେଲେ ଆଜି ଆମେ ଯାହାଙ୍କ କଥା କହିବାକୁ ଯାଉଛୁ , ସେ ସମସ୍ତଙ୍କଠୁ ଟିକେ ହଟ୍‌କେ । ୭୬ ବର୍ଷିୟା ଏହି ବୃଦ୍ଧା ଜଣକ, ଖଣ୍ଡା ଚଲାଇବାରେ ମାହିର । ଖାଲି ସେତିକି ନୁହେଁ , ମାର୍ଶାଲ ଆର୍ଟରେ ସେ ଏତେ ଧୁରନ୍ଧର କି, ବଡ଼ ବଡ଼ ଯୋଦ୍ଧା ବି ତାଙ୍କ ସାମ୍ନାକୁ ଆସିବାକୁ ଡରିବେ ।

ନିଡର, ସାହାସୀ ଓ ଜଣେ ଦକ୍ଷ ଯୋଦ୍ଧା । ବାହାଦୁରି ଏମିତି, ସାମ୍ନାବାଲା ଖଣ୍ଡା ଉଠାଇବାକୁ ବି ସାହାସ କରିପାରିବନି । ନିଜ ଗଡ଼କୁ ବଞ୍ଚାଇବାକୁ ଖଣ୍ଡା ଉଠାଇଥିଲେ ରାଣୀ ଲକ୍ଷ୍ମୀବାଇ । ତାଙ୍କର ଖଣ୍ଡା ଚାଳନା ଆଗରେ ବଡ ବଡ ରାଜା ବି ଫିକା ପଡିଯାଉଥିଲେ । ଝାନ୍‌ସୀ ରାଣୀ ଲକ୍ଷ୍ମୀବାଇଙ୍କ କଥା ଆପଣଙ୍କର ମନେ ଥିବ । ମହିଳା ଶକ୍ତିର ଏକ ଜୀବନ୍ତ ଉଦାହରଣ ଥିଲେ ଲକ୍ଷ୍ମୀବାଇ ।

meenakshi

କେରଳରେ ବି ଜଣେ ବୃଦ୍ଧା ଅଛନ୍ତି ଯାହାଙ୍କ ଖଣ୍ଡା ଚାଳନା ଦେଖିଲେ ଆପଣ ତାଜୁବ ରହିଯିବେ । ଚାଲିରେ ତାଙ୍କର ଚିତା ବାଘ ଭଳିଆ ଫୁର୍ତି । ମାର୍ଶଲ ଆର୍ଟର କଳା ଏମିତି ଜଣା, ଯେ ବଡ ବଡ ଯୋଦ୍ଧା ବି ହୋଇଯିବେ ଚିତ୍‌ । ତାଙ୍କ ଯୋଶ ସାମ୍ନାରେ କେହି ବି ଅଧିକ ସମୟ ତିଷ୍ଠି ପାରନ୍ତିନି । ନାଁ ମିନାକ୍ଷୀ ଅମ୍ମା । ବୟସ ୭୬ ବର୍ଷ । ହାତରେ ଖଣ୍ଡା ଦେଖି ଆପଣ ତାଜୁବ ହୁଅନ୍ତୁ ନି । କାରଣ ଏ ବୟସରେ ବି ଅମ୍ମା ପୁରା ଫିଟ୍‌ । ମିନାକ୍ଷୀ ଅମ୍ମା ସେଲ୍‌ଫ ଡିଫେନ୍‌ସର ଟ୍ରେନିଂ ଦିଅନ୍ତି । କେରଳର ୱଟକରା ଗାଁରେ ଅମ୍ମାଙ୍କର ମାର୍ଶାଲ ଆର୍ଟର ସ୍କୁଲ ଚାଲେ । ଭାରତର ସବୁଠୁ ବୟସ୍କ କଲାରିପାଇଟୁ ମାର୍ଶଲ ଆର୍ଟର ଏକ୍‌ସପର୍ଟ ହେଉଛନ୍ତି ମିନାକ୍ଷୀ । ମାର୍ଶାଲ ଆର୍ଟ ମୈଦାନରେ ଅନେକ ବଡ ବଡ ଯୋଦ୍ଧା ତାଙ୍କ ସାମ୍ନାରେ ପାଣି ପିଅନ୍ତି । ୭୬ ବର୍ଷିୟ ମିନୀକ୍ଷୀ ଅମ୍ମା ଖଣ୍ଡା ଓ ଲାଠି ଚଳାଇବାରେ ମହାରଥ ହାସିଲ କରିଛନ୍ତି ।

Shri Meenakshi

ମିନାକ୍ଷୀ ଅମ୍ମା ଜଣେ କମାଲ ଟ୍ରେନର ମଧ୍ୟ । ତାଙ୍କ ସ୍କୁଲରେ ପାଖାପାଖି ୧୫୦ରୁ ଅଧିକ ଷ୍ଟୁଡେଣ୍ଟ ଟ୍ରେନିଂ ନିଅନ୍ତି । ଯେଉଁଠି ଅଧିକରୁ ଅଧିକ ଷ୍ଟୁଟେଣ୍ଟ କେବଳ ଝିଅ । ପାଖାପାଖି ୬୫ ବର୍ଷରୁ ଖଣ୍ଡା ଚଲାଇବାରେ ଏକ୍‌ସପର୍ଟ ମିନାକ୍ଷୀ, ହଜାର ହଜାର ଷ୍ଟୁଡେଣ୍ଟଙ୍କୁ ଟ୍ରେଣ୍ଡ କରିସାରିଲେଣି । ତାଙ୍କ ଟ୍ରେନିଂ ସ୍କୁଲକୁ ସବୁ ବୟସର ଲୋକ ଆସନ୍ତି । ଛୋଟ ପିଲା ଓ ଯୁବ ପୀଢିଙ୍କୁ ସମସ୍ତଙ୍କୁ ସେ ନିଜେ ଟ୍ରେନିଂ ଦିଅନ୍ତି । ଯେଉଁମାନଙ୍କ ମଧ୍ୟରୁ କିଛି ତ ଏବେ ନିଜେ ଜଣେ ଜଣେ ଟ୍ରେନର । ଅମ୍ମାଙ୍କ ଠାରୁ ଟ୍ରେନିଂ ନେବାକୁ ଖାଲି ଭାରତ ନୁହେଁ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକେ ୱଟକରା ଗାଁକୁ ଆସିଥାନ୍ତି । ଆଜି ବି ମିନାକ୍ଷୀ ବର୍ଷକୁ ପାଖାପାଖି ୬୦ଟି କଲାରିପାଇଟୁ କୁହାଯାଉଥିବା ଏହି ମାର୍ଶଲ ଆର୍ଟ ସୋ’ କରନ୍ତି । ମିନାକ୍ଷୀ ଅମ୍ମା ଯେତେବେଳେ ମୈଦାନକୁ ଓହ୍ଲାନ୍ତି ଦେଖଣାହାରୀଙ୍କ ତାଳି ଆଉ ସିଟି ଆପେ ଆପେ ବାଜିବାକୁ ଲାଗେ ।ଏହି ବୟସରେ ଫିଜିକାଲି ଫିଟ୍‌ ଓ ମେଣ୍ଟାଲି ଫୋକସ୍‌ ରଖୁଥିବା ମିନାକ୍ଷୀ ଅମ୍ମା ତାଙ୍କ ସବୁ ଷ୍ଟୁଡେଣ୍ଟ ପାଇଁ ଇନ୍‌ସପିରେସନ ।

Meenakshi-Amma

କେରଳର ଟ୍ରାଡିସନାଲ ମାର୍ଶାଲ ଆର୍ଟ ଫମ କଲାରିପାଇଟୁ । ଯାହାର ଆରମ୍ଭ ପାଖାପାଖି ୩ ହଜାର ବର୍ଷ ପୂର୍ବେ ହୋଇଥିଲା । ଅମ୍ମାଙ୍କ ଅନୁସାରେ ଏହା ସବୁଠାରୁ ପୁରୁଣା ଯୁଦ୍ଧ କୌଶଳ । ମାର୍ଶାଲ ଆର୍ଟ ଇତିହାସରେ ହିଁ ରହିନଯାଉ ଏଥିପାଇଁ ମିନାକ୍ଷୀ କଲାରିପାଇଟୁ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ଅମ୍ମାଙ୍କ ଯୋଶ ଏତେ ଯେ ଏହି ବୟସରେ ବି ସେ ଏହାର ପ୍ରଚାର ପ୍ରସାର ଦିଗରେ କାମ କରୁଛନ୍ତି । ଅମ୍ମା ଚାହାଁନ୍ତି ଯୁବପୀଢି ସେଲ୍‌ଫ ଡିଫେନ୍‌ସର ଟେକନିକକୁ ଶିଖନ୍ତୁ । ନିଜ ସୁରକ୍ଷା ଯେମିିତି ନିଜେ କରିପାରିବେ । ଅମ୍ମା ଯୁବପୀଢିଙ୍କୁ ଲାଠି, ଖଣ୍ଡା, ଭାଲା ଓ ଫାଇଟିଂର ଟ୍ରେନିଂ ଦିଅନ୍ତି ।ଏହି ପାରମ୍ପରିକ ମାର୍ଶାଲ ଆର୍ଟକୁ ପାରମ୍ପରିକ ପୋଷାକରେ ହିଁ ଖେଳାଯାଏ । ମିନାକ୍ଷୀ ଅମ୍ମା ଏହାର ଖାସ୍‌ ଧ୍ୟାନ ରଖନ୍ତି । ଆଉ କଲାରିପାଇଟୁକୁ ନିଜ ଟ୍ରାଡିସ୍‌ନାଲ ଶାଢୀରେ ହିଁ କରନ୍ତି ।

ନିଶ୍ଚିତ ପଢ଼ନ୍ତୁ:ଓଡିଶାର ମଡର୍ଣ୍ଣ ଚାଟଶାଳୀ, ସିଲଟ ନୁହଁ ଟାବଲେଟ୍ ଧରି ହେଉଛି ପାଠପଢ଼ା

ମିନାକ୍ଷୀଙ୍କ ବାହାଘର ତାଙ୍କ ମାର୍ଶାଲ ଗୁରୁ ରାଘବ ମାଷ୍ଟରଙ୍କ ସହ ହୋଇଯାଏ । ଦୁହିଁଙ୍କର ଗୋଟିଏ ସ୍ୱପ୍ନ ଥିଲା କଲାରିପାଇଟୁକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା । କିନ୍ତୁ ଦୁଃଖର ବିଷୟ ୨୦୦୯ରେ ଗୁରୁ ରାଘବ ମାଷ୍ଟରଙ୍କ ମୃତ୍ୟୁ ହୋଇଯାଏ । ସ୍ୱାମୀଙ୍କ ମୃତ୍ୟୁ ପରେ ସବୁ ଅସୁବିଧାକୁ ପଛରେ ଛାଡି ମିନାକ୍ଷୀ ଏକା ସମସ୍ତଙ୍କୁ ଟ୍ରେନିଂ ଦିଅନ୍ତି । (Kadaat Nandan) କଦାତ ନନ୍ଦନ କଲାରି ଇଷ୍ଟିଚ୍ୟୁଟରେ ମିନାକ୍ଷୀ ଅମ୍ମା ଆଜି ବି ନିଜ ସ୍ୱାମୀଙ୍କ ସ୍ୱପ୍ନକୁ ବାସ୍ତବ କରିବାରେ ଲାଗିଛନ୍ତି ।

ନିଶ୍ଚିତ ପଢ଼ନ୍ତୁ: ପାଞ୍ଚ ଶହ ବର୍ଷର ପରମ୍ପରା, ଏଠାରେ ଶିବ ମନ୍ଦିର ଦାୟିତ୍ୱରେ ଅଛନ୍ତି ଏକ ମୁସଲମାନ ପରିବାର

ନିଜ ଅଞ୍ଚଳ ମିନାକ୍ଷୀଙ୍କ ଏକ ଖାସ୍‌ ପରିଚୟ ଅଛି । ଯେଉଁଥିପାଇଁ ଲୋକଙ୍କ ଖୁବ୍‌ ଭଲ ପାଇବା ଓ ସମ୍ମାନ ମଧ୍ୟ ମିଳେ ଅମ୍ମାଙ୍କୁ । କଲାରିପୟାଟୁ ଭଳି ପୁରୁଣା ଯୁଦ୍ଧ କୌଶଳ, କେରଳରେ ଯଦି ସବୁ ଯୁବପୀଢିଙ୍କ ଭିତରେ ଜୀବିତ ଅଛି, ତାହା କେବଳ ମିନାକ୍ଷୀ ଅମ୍ମାଙ୍କ ପାଇଁ । ମିନାକ୍ଷୀ ଅମ୍ମାଙ୍କୁ ଦେଖିଲେ ଲାଗିବ age is just a number । ଆମର ଭଗବାନଙ୍କ ପାଖରେ ପ୍ରାର୍ଥନା ମିନାକ୍ଷୀ ଦାଦି ଏମିତି ହିଁ ସବୁବେଳେ ତନ୍ଦରୁସ୍ତ ରହିବା ସହ ଖଣ୍ଡା ଚଲାଉଥାନ୍ତୁ । ମିନାକ୍ଷୀଙ୍କ ଏହି ଯୋଶ ଖାସ୍‌ କରି ଆଜିର ମହିଳାଙ୍କ ପାଇଁ ଇନ୍ସପିରେସନ ।

Leave A Reply

Your email address will not be published.