ସମସ୍ୟାରେ ଘଟଗାଁ ପାନିପୋଷି ଗାଁ ଲୋକେ, ବିଦ୍ୟୁତ ସଂଯୋଗ ନଥାଇ ଲୋକଙ୍କ ନାଁରେ ଆସିଛି ବିଲ୍‌

ଘଟଗାଁ(କେନ୍ୟୁଜ୍) : ଗାଁକୁ ଭଲ ରାସ୍ତା କି ବିଜୁଳି ଆଲୁଅ ନାହିଁ। ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ କେନ୍ଦୁଝର ଘଟଗାଁ ବ୍ଲକ୍‌ ପାନିପୋଷି ଗାଁର ଗିଧିବାସ ସାହି ଲୋକ । ଗାଁଟି ଜଙ୍ଗଲ ନିକଟରେ ଥିବାରୁ ରାତି ହେଲେ ବନ୍ୟଜନ୍ତୁଙ୍କ ଭୟ ଘାରୁଛି। ଡିବିରି ଆଲୁଅ ହିଁ ଲୋକଙ୍କ ସାହା ଭରସା । ଏନେଇ ଗାଁଲୋକ ବିଭାଗୀୟ ଅଧିକାରୀଙ୍କ ବାରମ୍ବାର ଗୁହାରି କରିବା ପରେ ୨୦ଦିନ ହେବ ଗାଁରେ ବିଦ୍ୟୁତ ଖୁଣ୍ଟ ପୋତାଯାଇଛି। ଗାଁକୁ ବିଦ୍ୟୁତ ସଂଯୋଗ ହୋଇ ନଥିବାବେଳେ ଗାଁଲୋକଙ୍କ ନାଁରେ ୨ହଜାରରୁ ୮ହଜାର ପର୍ଯ୍ୟନ୍ତ ବିଲ୍‌ ଆସିଛି। ସେପଟେ ବିପିଏଲ ତାଲିକା ଅନୁଯାୟୀ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ସମୟରେ ତ୍ରୁଟି ହୋଇ ଯାଇଥିବା ଘଟଗାଁ ବିଦ୍ୟୁତ ବିଭାଗ ଏସଡିଓ କହିଛନ୍ତି।