ଆଜିଠୁ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ବର(କେନ୍ୟୁଜ୍ ) : ଆଜିଠୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇଛି। ଏଥର କଳା, ବିଜ୍ଞାନ ଓ ବାଣିଜ୍ୟରେ ମୋଟ ୩ ଲକ୍ଷ ୬୯ ହଜାର ୫୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ୧୦୯୩ ପରୀକ୍ଷା କେନ୍ଦ୍ର କରାଯାଇଛି । ସବୁ ସେଣ୍ଟରରେ ସିସିଟିଭି କ୍ୟାମେରା ଲଗାଯାଇଛି। ମୋଟ୍‌ ୨୦୨ଟି ହବ୍‌ ହୋଇଛି। ଆଜି ପ୍ରଥମ ଦିନରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଓଡ଼ିଆ ବିଷୟରେ ପରୀକ୍ଷା ହେଉଛି ।  ବୋର୍ଡ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ପରେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି । କପି ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ରୀୟ, ଜୋନାଲ ଓ ଜିଲ୍ଲାସ୍ତରୀୟ ସ୍କ୍ଵାଡ ଗଠନ ହୋଇଛି । ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କୁ ସେଣ୍ଟରକୁ ମୋବାଇଲ ଫୋନ,ସ୍ମାର୍ଟ ଘଣ୍ଟା, କ୍ୟାମେରା ପେନ୍‌ ଓ କୌଣସି ଇଲେକ୍ଟ୍ରୋନିକ ସାମଗ୍ରୀ ନେବାକୁ ବାରଣ କରାଯାଇଛି । ଛାତ୍ରଛାତ୍ରୀ କେବଳ ଆଡମିଟ କାର୍ଡ, କଳା ବଲ୍‌ପେନ,ସ୍କେଲ ,ପେନସିଲ ଓ ସାଧାରଣ ଘଣ୍ଟା ନେଇ ଯାଇପାରିବେ । ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୩୦ରେ ସରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.