ଚାନ୍ଦବାଲି : ଜୁରୁନ୍ଦା ଗାଁରେ ପୋଖରୀରେ ବୁଡ଼ି ଶିଶୁ ମୃତ

ଚାନ୍ଦବାଲି(କେନ୍ୟୁଜ୍‌) : ଚାନ୍ଦବାଲି ବ୍ଲକ ଜୁରୁନ୍ଦା ଗ୍ରାମରେ ପୋଖାରୀରେ ବୁଡ଼ି ଜଣେ ୨ ବର୍ଷର ଶିଶୁର ମୃତ୍ୟୁ ହୋଇଯାଇଛି । ଶିଶୁଟି ପୋଖରୀ ନିକଟରେ ଖେଳୁଥିବା ବେଳେ ପୋଖରୀରେ ପଡ଼ି ମୃତ୍ୟୁ ବରଣ କରିଥିବା ଜଣାଯାଇଛି ।

ସୂଚନାନୁଯାୟୀ, ଚାନ୍ଦବାଲି ବ୍ଲକ ବଂଶଡା ଥାନା ଅଧୀନ ମୌସୁଧା ଫଚାୟତ ଜୁରୁନ୍ଦା ଗାଁରେ ଘଟିଛି ଏହି ଅଘଟଣ । ୨ ବର୍ଷର ଶିଶୁଟି ଖେଳୁଥିବା ସମୟରେ ନିକଟରେ ଥିବା ଏକ ପୋଖରୀ ମଧ୍ୟରେ ବୁଡ଼ି ଯାଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ପୋଖରୀ ମଧ୍ୟରୁ ପରିବାର ଲୋକ ଶିଶୁଟିକୁ ଉଦ୍ଧାର କରି ଚାନ୍ଦବାଲି ମେଡ଼ିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏଥିନେଇ ବ୍ୟଶଡ଼ା ଥାନାରେ ଅଭିଯୋଗ ପରେ ବ୍ୟଶଡ଼ା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.