ଘରେ ନଥିଲେ ବାପା ମା’, ଖେଳୁ ଖେଳୁ ପୋଖରୀରେ ବୁଡ଼ି ଗଲେ ଦୁଇ ଭଉଣୀ

ମାଲକାନଗିରି(କେ ନ୍ୟୁଜ): ମାଲକାନଗିରି ଜିଲ୍ଲା ମାଲକାନଗିରି ପଂଚାୟତରେ ଦୁଇ ଭଉଣୀଙ୍କର ପୋଖରୀରେ ବୁଡି ମୃତ୍ୟୁ ହୋଇଛି | ବାପାମା’ କାମକୁ ଯାଇଥିବା ବେଳେ ପୋଖରୀରେ ଦୁଇ ଭଉଣୀ ବୁଡ଼ି ଯାଇଥିବା ନେଇ ସୂଚନା ମିଳିଛି । ମାଲକାନଗିରି ଜିଲ୍ଲା ପୋଡ଼ାକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ମଙ୍ଗ ଗାଁରେ ଏମିତି ଏକ ଦୁଖଦ ଘଟଣା ଘଟିଥିବା ନେଇ ଜଣାଯାଇଛି ।

ମୃତ ଦୁଇ ଭଉଣୀ ଦ୍ବୟ ହେଲେ ରାଜେଶ୍ୱରୀ ପଡ଼ିଆମୀ ଓ ଶିବାନୀ ପଡ଼ିଆମୀ । ବଡ ଭଉଣୀ ରାଜେଶ୍ୱରୀକୁ ମାତ୍ର ୮ ବର୍ଷ ହୋଇଥିବା ବେଳେ ଶିବାନୀକୁ ୨ ବର୍ଷ ହୋଇଥିବା ନେଇ ସୂଚନା ମିଳିଛି ।

ଆଜି ଦିପହରେ ବାପା ପ୍ରକାଶ ପଡ଼ିଆମୀ ଓ ତାଙ୍କ ପତ୍ନୀ ରାମେ ପଡ଼ିଆମୀ ଜମିକୁ କାମ କରିବାକୁ ଯାଇଥିଲେ । ଘରେ ଦୁଇ ଝିଅ- ରାଜେଶ୍ୱରୀ ଓ ଶିବାନୀ ଥିଲେ । ଦୁହେଁ ଖେଳୁଥିବା ଅବସ୍ଥାରେ ପୋଖରୀରେ ବୁଡ଼ି ଯାଇଥିଲେ ବୋଲି ପଚରାଉଚୁରାରୁ ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.