Below header

ଟ୍ରକ ଧକ୍କାରେ ପରିବା ବିକାଳୀଙ୍କ ମୃତ୍ୟୁ

କଣ୍ଟାବାଞ୍ଜି (କେନ୍ୟୁଜ୍‌) : ଟ୍ରକ ଧକ୍କାରେ ଜଣେ ପରିବା ବିକାଳୀଙ୍କ ମୃତ୍ୟୁ ଘଟିଛି । ଘଟଣା ଘଟିଛି ବଙ୍ଗୋମୁଣ୍ଡା-ଖଡ଼ିଆଳ ୫୯ ଜାତୀୟ ରାଜପଥରେ । ମୃତକ ହେଉଛନ୍ତି ବିଦ୍ୟାଧର ପୁଟେଲ ।
ସୂଚନା ଅନୁଯାୟୀ, ବଙ୍ଗୋମୁଣ୍ଡା-ଖଡ଼ିଆଳ ୫୯ ଜାତୀୟ ରାଜପଥ ଗନ୍ଧରାବନ୍ଧ ଠାରେ ସାଇକେଲ ରେ ଯାଉଥିବା ଜଣେ ପରିବା ବିକାଳୀଙ୍କୁ ଧକ୍କା ଦେଇଥିଲା ମିନିଟ୍ରକ ।

ଧକ୍କାରେ ସାଇକେଲ ଆରୋହି ଛିଟକି ପଡ଼ିଥିଲେ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ବିଦ୍ୟାଧରଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଧକ୍କା ଦେବା ଟ୍ରକଟି ଘଟଣାସ୍ଥଳରୁ ଫେରାର ମାରିଛି ।

ପରିବାର ଲୋକଙ୍କ କହିବା ଅନୁଯାୟୀ ଡୁମେରମୁଣ୍ଡା ଗାଁ ର ପରିବା ବିକାଳୀ ବିଦ୍ୟାଧର ପୁଟେଲ ଭାଲୁମୁଣ୍ଡା ଗାଁ କୁ ପରିବା ବିକିବା ପାଇଁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ଧକ୍କା ଦେଇଥିଲା ।ବଙ୍ଗୋମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.