କିଟ୍‌ କ୍ୟାମ୍ପସରେ କାଇମେରା-୨୦୧୮ କାଯ୍ୟର୍କ୍ରମ

ଭୁବନେଶ୍ବର(କେନ୍ଯୁଜ୍) : କିଟ୍‌ କ୍ୟାମ୍ପସରେ କାଇମେରା କାଯ୍ୟର୍କ୍ରମ ଅନୁଷ୍ଠିତ ହେଉଛି । ଗତକାଲି ଉଦଘାଟନୀ ସନ୍ଧ୍ୟାରେ ଅତିଥି ଭାବେ ଯୋଗଦେଇଥିଲେ ଆରଏମ୍‌ଆରସି ଡାଇରେକ୍ଟର ଡକ୍ଟର ସଂଘମିତ୍ରା ପତି । କାଯ୍ୟର୍କ୍ରମରେ ଉପସ୍ଥିତ ଥିଲେ ଓଡିଆ ଫିଲ୍ମ ଅଭିନେତ୍ରୀ ଭୂମିକା, ନିହାରିକା, ବହୁ ଅଭିନେତା ଓ ଗାୟକ ଗାୟିକା । ଏହି ଅବସରରରେ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ର ଛାତ୍ରୀମାନେ ଚିତ୍ତାକର୍ଷକ ସାଂସ୍କୃତିକ କାଯ୍ୟର୍କ୍ରମ ପରିବେଷଣ କରିଥିଲେ । ପ୍ରଥମେ ଗଣେଶ ବନ୍ଦନାରୁ ସାଂସ୍କୃତିକ କାଯ୍ୟର୍କ୍ରମ ଆରମ୍ଭ ହୋଇଥିଲା ପରେ ପରେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ ଛାତ୍ରଛାତ୍ରୀମାନେ । ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦେଇ କାଯ୍ୟର୍କ୍ରମକୁ ଦେଖିଥିଲେ । କାଇମେରା-୨୦୧୮ ଆଜି ସନ୍ଧ୍ୟାରେ ଉଦଯାପିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.